
ବଲାଙ୍ଗିର, ୨ ଅପ୍ରେଲ (ହି.ସ.)- ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୁଲ୍ୟରେ ସଭାପତି ଡ. ଶ୍ୟାମସୁନ୍ଦର ପ୍ରଧାନଙ୍କ ନେତୃତ୍ୱରେ ତୁଷୁରା ଶ୍ରୀରାମ ବାଟିକା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ଯୁବ ବ୍ୟବସାୟୀ ଗାୟତ୍ରୀ ଟ୍ରେଡର୍ସର ମାଲିକ ବିଭୋର କେଡିଆ ଯୋଗଦେଇ ସମ୍ବାଦ ସାହିତ୍ୟ ଘରର ଅଭିନବ ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଥିଲେ। ସଂପାଦକ ଆଶୁକବି ଡ. ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି ହସ୍ତତନ୍ତ ପରିଧାନ - ଶ୍ରମକୁ ସମ୍ମାନ ବୋଲି କହିଥିଲେ। ଏହା ଦ୍ବାରା ଆତ୍ମ ନିର୍ଭର ଭାରତ ନିର୍ମାଣ ହୋଇପାରିବ ବୋଲି ମଧ୍ୟ ଡ. ଦାଶ ମତ ପୋଷଣ କରିଥିଲେ।
ଏଥିରେ କବୟିତ୍ରୀ ବବିତା ନାୟକ, କବି ସନ୍ତୋଷ କୁମାର ବେହେରା, ଦେବାଶିଷ ମହାପାତ୍ର, ସୁବଳ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା, ହରି ଶଙ୍କର ବାଗ ପ୍ରମୁଖ ହସ୍ତତନ୍ତ ପରିଧାନ କରି ଯୋଗ ଦେଇଥିଲେ। ଶେଷରେ ସମ୍ବାଦ ପ୍ରତିନିଧି ତଥା ସଂଯୋଜକ ଅରବିନ୍ଦ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ