ମେ୧୧ରୁ ଜ୍ୟୋର୍ତିଲିଙ୍ଗ, ଶିରିଡ଼ି ଯାତ୍ରା
IRCTC tour programme
ମେ୧୧ରୁ ଜ୍ୟୋର୍ତିଲିଙ୍ଗ, ଶିରିଡ଼ି ଯାତ୍ରା


ଝାରସୁଗୁଡ଼ା, 02 ଏପ୍ରିଲ୍ (ହି.ସ.): ଆଇଆରସିଟିସି ପକ୍ଷରୁ ଜ୍ୟୋର୍ତିଲିଙ୍ଗ ଏବଂ ଶିରିଡ଼ି ଯାତ୍ରା ପାଇଁ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ମେ ୧୧ ତାରିଖରୁ ଆରମ୍ଭ ହେବ । ଏହି ଯାତ୍ରାରେ ୧୧ ଦିନ ଏବଂ ୧୨ ରାତି ପର୍ଯ୍ୟନ୍ତ ଭ୍ରମଣ ରହିଛି। ଏଥିରେ ଉଜ୍ଜୈନ, ଦ୍ବାରିକା, ସୋମନାଥ, ଶିରିଡ଼ି, ନାସିକ ଏବଂ ଗୁପ୍ତେଶ୍ବର ଜ୍ୟୋର୍ତିଲିଙ୍ଗ ଆଦି ସ୍ଥାନକୁ ଭୁଲିବାକୁ ସୁବିଧା ରହିବ। ଏହି ଟ୍ରେନ ଝାରସୁୁଗୁଡାରୁ ଆରମ୍ଭ ହୋଇ ରାଉରକେଲା, ରାଞ୍ଚି ହୋଇ ପ୍ରୟାଗରାଜ ଷ୍ଟେସନ ସନ ପର୍ଯ୍ୟନ୍ତ ଯାତ୍ରା କରିବ । ଯାତ୍ରା ପାଇଁ ସୁପର ଶ୍ରେଣୀ ୨୩୩୧୫ ଟଙ୍କା, ୩ଏସି ପାଇଁ ୪୧ ୫୭୦ ଏବଂ ୨ଏସି ପାଇଁ ୫୦୪୧୦ ଟଙ୍କା ଧାର୍ଯ୍ୟ କରାଯାଇଛି ବୋଲି ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିନିୟର ସୁପରଭାଇଜର ଅରବିନ୍ଦ ଚୌଧୁରୀ, ଟୁରିଜିମ ମ୍ୟାନେଜର ମଣି ଦତ୍ତ ସୂଚନା ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande