
କେନ୍ଦ୍ରାପଡା, ୨ ଅପ୍ରେଲ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ (କଜଳା ତହସିଲ୍ ଅଫିସ ସାମ୍ନା)ରେ ଥିବା ଗୋପବନ୍ଧୁ ପାଠାଗାରଟି ବିଳମ୍ବରେ ଖୋଲାହେବା ସହ ଏସି, ଫ୍ୟାନ୍ ଅଚଳ ହୋଇଥିବା ଶତାଧିକ ଛାତ୍ରଛାତ୍ରୀ ପୈାରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ପ୍ରବଳ ଗ୍ରୀଷ୍ମତାପରେ ଗୋପବନ୍ଧୁ ପାଠାଗାର ସକାଳ ୭ଟା ସମୟରେ ଖୋଲା ନହୋଇ ୮ଟାରେ ଖୋଲାହେଉଥିବାରୁ ପ୍ରବଳ ଗ୍ରୀଷ୍ମତାପରେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବାସହ ଏଥିରେ ଲାଗିଥିବା ଏସି, ଫ୍ୟାନ୍ ଅଚଳ ହୋଇପଡିଛି । ଏହି ପାଠାଗାରରେ ଶହେରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅଧ୍ୟୟନ କରିବାକୁ ଆସୁଥିବାରୁ ଉକ୍ତ ପାଠାଗାରରେ ଉପଯୁକ୍ତ ବସିବା ସ୍ଥାନର ଅଭାବ ହେଉଥିବାରୁ, ଛାତ୍ରଛାତ୍ରୀମାନେ ଏହାକୁ ଦୁଇ ମହଲା କରି ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବା ପାଇଁ ଦୃଢ ଦାବି କରିଛନ୍ତି ।
ଏହି ଦାବିପତ୍ର ପ୍ରଦାନ ସମୟରେ ସୁଦର୍ଶନ ସେଠୀ, ସତ୍ୟଜିତ୍ ସାହୁ, ସୁରଜ ବେହେରା, ବିକାଶ ଓଝା, ନିହାର ପ୍ରଧାନ, ପଙ୍କଜ ବେହେରା ପ୍ରମୁଖ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି