ପାଣିକୋଇଲି ମା ହିଙ୍ଗୁଳାଙ୍କ ୫୨ ତମ ଯଜେ୍ଞାତ୍ସବ ପାଳିତ
କୋରେଇ, ୦୨ ଏପ୍ରିଲ (ହି.ସ.) - ପବିତ୍ର ଚୈତ୍ର ମାସରେ ଅଗ୍ନୀବର୍ଷୀ ମା ହିଙ୍ଗୁଳାଙ୍କ ପୁଜାର୍ଚ୍ଚନା କୋରାଇର ବିଭିନ୍ନ ହିଙ୍ଗୁଳାଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ବେଳେ ପାଣିକୋଇଲିସ୍ଥିତ ମା ହିଙ୍ଗୁଳାଙ୍କ ପୀଠରେ ମଧ୍ୟ ପୁଜାର୍ଚ୍ଚନା ଅନୁଷ୍ଠିତ ହେଉଅଛି। ଇତ୍ୟବସରରେ ଗେପୂଜା, ସୁର୍ଯ୍ୟପୁଜା, ନାମଯଜ୍ଞ,
ପାଣିକୋଇଲି ମା ହିଙ୍ଗୁଳାଙ୍କ ୫୨ ତମ ଯଜେ୍ଞାତ୍ସବ ପାଳିତ


କୋରେଇ, ୦୨ ଏପ୍ରିଲ (ହି.ସ.) - ପବିତ୍ର ଚୈତ୍ର ମାସରେ ଅଗ୍ନୀବର୍ଷୀ ମା ହିଙ୍ଗୁଳାଙ୍କ ପୁଜାର୍ଚ୍ଚନା କୋରାଇର ବିଭିନ୍ନ ହିଙ୍ଗୁଳାଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ବେଳେ ପାଣିକୋଇଲିସ୍ଥିତ ମା ହିଙ୍ଗୁଳାଙ୍କ ପୀଠରେ ମଧ୍ୟ ପୁଜାର୍ଚ୍ଚନା ଅନୁଷ୍ଠିତ ହେଉଅଛି। ଇତ୍ୟବସରରେ ଗେପୂଜା, ସୁର୍ଯ୍ୟପୁଜା, ନାମଯଜ୍ଞ, ଚଣ୍ଡୀପାଠ ପରେ ଯଜ୍ଞଚରୁ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥି ସହିତ ପ୍ରତିଦି ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା, ଭଜନ ସଂଧ୍ୟା, ମେଲୋଡ଼ି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ଥାନୀୟ ଅଂଚଳର ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ଅକ୍ଷୟ କୁମାର ଦାଶଙ୍କ ନେତୃତ୍ୱରେ କର୍ତା ଭାବେ ରବିନ୍ଦ୍ର ପଣ୍ଡା ଓ ଗ୍ରାମବାସୀ ମାନେ ଭଜନ କୀର୍ତନ ସହିତ ସ୍ଥାନୀୟ ମା ଜାଗୁଳାଇଙ୍କ ପୋଖରୀରୁ ପବିତ୍ର ଜଳ ଆଣି ଘଟସ୍ଥାପନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଦିଲ୍ଲିପ କୁମାର ମଲ୍ଲିକ, ଦେବଦତ ରାୟ, ପଂଚାନନ ଓଝା, ଦାମୋଦର ବିଶ୍ୱାଳ, ଅରୁପାନନ୍ଦ ମଲ୍ଲିକ, ଦୀପକ ନାୟକ, ମନୋଜ ମଲ୍ଲିକ, ସୁଭେନ୍ଦୁ ସିଂ, କୃଷ୍ଣ ନାୟକ, କ୍ଷୀରୋଦ ମଲ୍ଲିକ, ଅମରେନ୍ଦ୍ର ବିଶ୍ୱାଳ, ସନ୍ତୋଷ ରାୟ.ବୁଲବୁଲ ରାୟ, ଧବଳ ଓଝା, ଶ୍ରୀଧର ଓଝା, ଅନୀଲ ବିଶ୍ୱାଳ, ପ୍ରହ୍ଲାଦ ମଲ୍ଲିକ, ଆକାଶ ମଲ୍ଲିକ ପମୁଖ ପରିଚାଳନା କରିଥିଲେ। ଏଥି ସହିତ ପୁରପଲ୍ଲୀରେ ଆରମ୍ଭ ହୋଇଛି ହିଂଗୁଳା ଯାତ୍ରା । ପ୍ରତ୍ୟେକ ପୀଠରେ ଶୁକ୍ରବାର ରାତ୍ରୀରୁ କଳସ ବୁଡା କାର୍ଯ୍ୟକ୍ରମ ସରିଯାଇଛି । ଆଜି ଠାରୁ ଆରମ୍ଭ ହୋଇଛି ଯଜ୍ଞ ଓ ନାମ ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ଉଜ୍ୱଳ ଆଲୋକ ମାଳାରେ ସଜ୍ଜିତ ହୋଇଛି ପୀଠ ଗୁଡିକ । ଅନେକ ସ୍ଥାନରେ ମହିଳା ଗାୟିକା ପାଲା ଅନୁଷ୍ଠିତ ହେଉଛି । ଅମୃତିଆ, ପାଣିକୋଇଲି, ଓଚିନ୍ଦା, ନୁରଂଗା ଓ ସୋତି ଆଦି ଗ୍ରାମରେ ମହାସମାରୋହରେ କଳସ ବୁଡା କାର୍ଯ୍ୟକ୍ରମ କରାଯାଇଛି । କମିଟିର ସଦସ୍ୟ ମାନେ ଶୋଭଯାତ୍ରାରେ ଯାଇ କଳସ ବୁଡାଇଛନ୍ତି । ବାଜା, ବାଣ, ନାଚ, ସଂର୍କିର୍ତନରେ କଳସ ବୁଡା କାର୍ଯ୍ୟକ୍ରମ ସମାପନ କରାଯାଇଛି । ଯଜ୍ଞ, ଉଭାଯାତ୍ରା ପରେ ପୂର୍ଣ୍ଣାହୂତି କରାଯିବ । ପୂର୍ଣ୍ଣାହୂତି ପରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାୟ ସପ୍ତାହ ବ୍ୟାପି ଏହି କାର୍ଯ୍ୟକ୍ରମ ଜାରି ରହିବ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande