ବଲାଙ୍ଗିର ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ
ବଲାଙ୍ଗିର, 02 ଏପ୍ରିଲ୍ (ହି.ସ.) ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ବୁଧବାର ସନ୍ଧ୍ୟାରେ ଜିଲାସ୍ତରୀୟ ଓଡ଼ିଶା ଦିବସ ଆଡମ୍ବର ସହକାରେ. ଗତକାଲି ସନ୍ଧ୍ୟାରେ ପାଳନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପବିତ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରପୁତ୍ରମାନଙ୍କୁ ଶ୍ର
ବଲାଙ୍ଗିର ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ


ବଲାଙ୍ଗିର ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ


ବଲାଙ୍ଗିର ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ


ବଲାଙ୍ଗିର, 02 ଏପ୍ରିଲ୍ (ହି.ସ.)

ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ବୁଧବାର ସନ୍ଧ୍ୟାରେ ଜିଲାସ୍ତରୀୟ ଓଡ଼ିଶା ଦିବସ ଆଡମ୍ବର ସହକାରେ. ଗତକାଲି ସନ୍ଧ୍ୟାରେ ପାଳନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପବିତ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ ଉତ୍ସବର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ବରପୁତ୍ରମାନଙ୍କ ଅମୋଘ ଭୂମିକା ରହିଛି। ସ୍ଵତନ୍ତ୍ର ରାଜ୍ୟ ଭାବେ ଓଡ଼ିଶା କଳା, ସଂସ୍କୃତି ଓ ପରମ୍ପରାରେ ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛି। ଏହାକୁ ବିକାଶର ଦିଗରେ ଆଗେଇ ନେବା ପାଇଁ ସମସ୍ତଙ୍କ ଦାୟିତ୍ୱ ରହିଛି। ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଶ୍ରୀ ଦିନେଶ ଶର୍ମା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ମାଝୀ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ ଉପସ୍ଥିତ ଥିଲେ । ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ଓ ଉତ୍କଳ ବନ୍ଦନା ଗାନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । କିସ ଆବାସିକ ବିଦ୍ୟାଳୟ ଓ ମୃଦୁରେଖା ଡ୍ୟାନ୍ସ ଏକାଡେମୀର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ। ଶ୍ରୀ ଜ୍ୟୋତି ପ୍ରକାଶ ସାହୁ ସଭା ପରିଚାଳନା କରିଥିବା ବେଳେ ଶ୍ରୀ ଗୋପାଳ ପଧାନ ଧନ୍ୟବାଦ ଜଣାଇଥିଲେ । ସାଧାରଣ ସଭାରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ପ୍ରସ୍ତୁତ ଫୋଟଚିତ୍ର କୁ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖେଳ ପ୍ରଶିକ୍ଷକ ପରାଶର ବାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀ ପୁରୁଷୋତ୍ତମ ମୁନା, କେଶବ ବାଗ, ତପନ କୁମାର ପଟେଲ, ସମୀର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ସକାଳରେ ବଲାଙ୍ଗିର ସହରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଅତିରିକ୍ତ ଜିଲ୍ଲାପାଳ ଡାଃ. ବିଜୟାନନ୍ଦ ସେଠୀ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା, ନିର୍ବାହୀ ଅଧିକାରୀ ପୌରପରିଷଦ ସନ୍ତୋଷ ବେହେରାଙ୍କ ସମେତ ସହର ର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଓଡ଼ିଶା ଦିବସ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନଗୁଡ଼ିକ ଆଲୋକ ମାଳାରେ ସଜ୍ଜିତ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande