ସହରାଂଚଳରେ ପିଏନଜି ବାଧ୍ୟତାମୂଳକ
ଭୁବନେଶ୍ୱର, ୦୨ ଏପ୍ରିଲ (ହି.ସ.)- ସହରାଂଚଳରେ ପିଏନଜି ବାଧ୍ୟତାମୂଳକ ହେବ। ପିଏନଜି କନେକ୍ସନ ନେଇଥିଲେ ଏଲପିଜି ମନା । ୩ ମାସ ମଧ୍ୟରେ ରାଜ୍ୟର ବଡ଼ ବଡ଼ ସହର ଗୁଡିକରେ ପିଏନଜି କନେକ୍ସନ ପାଇଁ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଗ୍ରାମାଂଚଳରେ ଏଲପିଜି ଗ୍ୟାସ ଜାରି ରହିବ । ଏଲପିଜି ନେଇଥିବ
Krushna Chandra Patra (File Photo)


ଭୁବନେଶ୍ୱର, ୦୨ ଏପ୍ରିଲ (ହି.ସ.)- ସହରାଂଚଳରେ ପିଏନଜି ବାଧ୍ୟତାମୂଳକ ହେବ। ପିଏନଜି କନେକ୍ସନ ନେଇଥିଲେ ଏଲପିଜି ମନା । ୩ ମାସ ମଧ୍ୟରେ ରାଜ୍ୟର ବଡ଼ ବଡ଼ ସହର ଗୁଡିକରେ ପିଏନଜି କନେକ୍ସନ ପାଇଁ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଗ୍ରାମାଂଚଳରେ ଏଲପିଜି ଗ୍ୟାସ ଜାରି ରହିବ । ଏଲପିଜି ନେଇଥିବା ହିତାଧିକାରୀଙ୍କ ଇ-କେୱାଇସି ହେବ। ଗୁରୁବାର ଦିନ ଲୋକ ସେବା ଭବନରେ ତୈଳ କମ୍ପାନୀ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସହରାଂଚଳ ଗୁଡିକରେ ଭଡା ନେଇଥିବା ଲୋକ ମଧ୍ୟ ପିଏନଜି କନେକ୍ସନ ନେଇ ପାରିବେ । ବୈଠକରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଯୋଗାଣ ସଚିବ ଏବଂ ତେଲ କମ୍ପାନୀର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande