
ଜୟପୁର, ୦୨ ଏପ୍ରିଲ୍(ହି.ସ.) – ଜୟପୁର ଟାଉନଥାନା ପରିସରରେ ଆମ ପୁଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଏସଡିପିଓ ଅର୍ଚ୍ଚିତା ମିତଲ ଉପସ୍ଥିତ ରହି ଏହି ବୈଠକ ହେଉଛି ପୁଲିସ ଏବପ୍ସ ଜନସାଧାରଣଙ୍କ ମଧ୍ୟରେ ସପ୍ସପର୍କ ବଳବତର ରହିବାର କାର୍ଯ୍ୟକ୍ରମ। ପୁଲିସ ଓ ଲୋକଙ୍କ ମଧ୍ୟରେ ବିଶ୍ୱାସ ଓ ସହଯୋଗ ବଢାଇବା, ସ୍ଥାନୀୟ ସମସ୍ୟା ତଥା ଆଇନଶୃଙ୍ଖଳା, ସୁରକ୍ଷା ସାଇବର କ୍ରାଇମ କୁ ନେଇ ଜନସାଧାରଣ ପୁଲିସକୁ ସହଯୋଗ କରିବାର ଆବଶ୍ୟକ ରହିଛି। ଏହି ବୈଠକରେ ଅନ୍ୟତମ ଅତିଥି ଭାବେ ନବନିର୍ବାଚିତ ଓକିଲ ସପ୍ସଘ ସଭାପତି ବିଜୟକୁମାର ରାୟ ଜେନାଦେଓ, ଉପସଭାପତି ଶତର କୁମାର ମାଝି, ସପ୍ସପାଦକ ସହଦେବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପୁଲିସ ସହ ଓକିଲ ସପ୍ସଘ ସବୁବେଳେ ସହଯୋଗ କରି ଆସିଛି। ଆଗାମୀ ଦିନରେ ମଧ୍ୟ ସହଯୋଗ କରିବ। ତେଣୁ ପୁଲିସ ମାନେ ମଧ୍ୟ ଓକିଲ ଓ ମହକିଲ ମାନଙ୍କ ସହ ଭଲ ବ୍ୟବହାର କରିବା ଉଚିତ ବୋଲି କହିଥିଲେ। ଏହି ବୈଠକରେ ସହରର ବୁଦ୍ଧିଜିବୀ ମାନେ ଉପସ୍ଥିତ ରହି ସହରର ଟ୍ରାଫିକ ସମସ୍ୟା, ଆଲୋକିକରଣ ନଥିବା ଯୋଗୁଁ ଲୁଟ ରାହାଜାନୀ ବଢିବାରେ ଲାଗିଛି। ଏବପ୍ସ ସ୍ପିଡ ବାଇକରଙ୍କ ପ୍ରାଦୁଭାବ ବଢିବାରେ ଲାଗିଛି ତେଣୁ ନୂତନ ଏସଡିପିଓ ଏଥିପ୍ରତି ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି