ହିଣ୍ଡାଲକୋ ପକ୍ଷରୁ ପ୍ରକଳ୍ପ ବସୁଧା
ହିଣ୍ଡାଲକୋ ପକ୍ଷରୁ ପ୍ରକଳ୍ପ ବସୁଧା
ହିଣ୍ଡାଲକୋ ପକ୍ଷରୁ ପ୍ରକଳ୍ପ ବସୁଧା


ହିଣ୍ଡାଲକୋ ପକ୍ଷରୁ ପ୍ରକଳ୍ପ ବସୁଧା


ସମ୍ବଲପୁର,୦୨, ଏପ୍ରିଲ୍ (ହି.ସ.) - ହୀରାକୁଦ ଅଂଚଳର କୃଷି ଏବଂ କୃଷକଙ୍କ ଉନ୍ନତିକୁ ଗୁରୁତ୍ୱ ପ୍ରଦାନ ପୂର୍ବକ ହିଣ୍ଡାଲକୋ, ହୀରାକୁଦ କମ୍ପେ୍ଲକ୍ସ ତାହାର ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମ ଅଧୀନରେ “ପ୍ରକଳ୍ପ ବସୁଧା” ମାଧ୍ୟମରେ ବହୁମୁଖୀ ଉନ୍ନତି ଯୋଜନା କାର୍ଯ୍ୟକାରୀ କରୁଛି। ହିଣ୍ଡାଲକୋ ହୀରାକୁଦ କମ୍ପେ୍ଲକ୍ସର ୟୁନିଟ୍ ମୁଖ୍ୟ ସୁମିତ ମୁଖାର୍ଜୀଙ୍କ ପରାମର୍ଶ ଏବଂ ମାନବ ସମ୍ବଳ ମୁଖ୍ୟ ବିଶ୍ୱାସ ସିନ୍ଧେଙ୍କ ତତ୍ୱାବଧାନରେ କ୍ରମେ ପ୍ରକଳ୍ପ ବସୁଧା ମାଧ୍ୟମରେ ଚାଷ, ଗୋ-ପାଳନ, ଛେଳି ପାଳନ, ମାଛ ଚାଷ, ଛତୁ ଚାଷ ଓ ପନିପରିବା ଚାଷ ପ୍ରଭୃତି କୃଷି ଭିତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯାଉଛି। ଏହି କ୍ରମରେ ଆଜି ହିଣ୍ଡାଲକୋ ହୀରାକୁଦ ପକ୍ଷରୁ ମହମ୍ମଦପୁର ଗ୍ରାମର ମହିଳା ଚାଷୀ ନଲିନୀ ମାହାକୁଡ ଏବଂ ଆର.ଆର. କଲୋନୀର ସୁନିତା ପାରେଖଙ୍କୁ ଉନ୍ନତ ମାନର ଦୁଧିଆଳୀ ଗାଈ ପ୍ରଦାନ କରାଯାଇଛି। ଏହା ଦ୍ୱାରା ସେମାନଙ୍କର ଆର୍ôଥକ ଉପାର୍ଜନରେ ସହାୟକ ହେବ ବୋଲି ଆଶା କରାଯାଉଛି। ପ୍ରକାଶ ଥାଉକି, ପୂର୍ବରୁ ମଧ୍ୟ ହିଣ୍ଡାଲକୋ ହୀରାକୁଦ ତରଫରୁ ଏହି ଅଂଚଳର ବହୁ ଚାଷୀଙ୍କୁ ଗାଈ, କୁକୁଡ଼ା ଓ ଛେଳି ପରି ଉନ୍ନତମାନର ପ୍ରାଣୀ ସମ୍ପଦ ପ୍ରଦାନ କରାଯାଇଥିଲା, ଯାହା ଦ୍ୱାରା ସେମାନଙ୍କର ଜୀବିକା ଓ ଆୟ ସୂଚନାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଦୁଧିଆଳୀ ଗାଈ ପାଇଥିବାରୁ ଆର.ଆର. କଲୋନୀର ସୁନିତା ପାରେଖ ଏବଂ ମହମ୍ମଦପୁର ଗ୍ରାମର ମହିଳା ଚାଷୀ ନଲିନୀ ମାହାକୁଡ ହିଣ୍ଡାଲକୋ କର୍ତୃପକ୍ଷଙ୍କୁ ଆନ୍ତରିକ ସାଧୁବାଦ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande