
କେନ୍ଦ୍ରାପଡା, ୨ ଅପ୍ରେଲ (ହି.ସ.)- ଆଜି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ ରଘୁନାଥ ଜୀଉ ବେଶ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ନୀତି ସମ୍ପନ୍ନ ପରେ ବେଶ ଆରମ୍ଭ ହୋଇଥିଲା। ବେଶରେ ନଳ ନୀଳ ଜା ମ୍ବ ଭ ଅଙ୍ଗଦ ହନୁମାନ ଶ୍ରୀ ଜୀଉଙ୍କ ହସ୍ତ ରେ କୋଦଣ୍ଡ କାଣ୍ଡ ରତ୍ନ ସିଂହାସନରେ ଅପୂର୍ବ ଶୋଭା ବର୍ଦ୍ଧନ ପାଉଥିଲା। ଚୈତ୍ର ପୂର୍ଣ୍ଣିମା ଥିବାରୁ ବେଶ ଦେଖିବା ଲଗି ଭକ୍ତଙ୍କ ଭିଡ଼ ହୋଇଥିଲା। ରାତ୍ର ଧୂପ ସମ୍ପନ୍ନ ପରେ ରତ୍ନ ସିଂହାସନରେ ଭକ୍ତ ବିଭୀଷଣକୁ ଲାଗି କରାଯାଇଥିଲା। ପରେ ରାମ ଲୀଳା ସମିତି ତରଫରୁ ରାମ ଲକ୍ଷ୍ମଣ ସୀତା ହନୁମାନ ରାବଣ ସଜ୍ଜିତ ବେଶ ହୋଇ ଭୋଗ ମଣ୍ଡପ ଜଗମୋହନ ମନ୍ଦିରରେ ଛ ତ୍ର କା ଟ ନୀତି କରାଯାଇଥିଲା। ଏହି କାର୍ଯ୍ୟ ସମ୍ପନ୍ନ ପରେ ଶ୍ରୀଜୀଉଙ୍କୁ ମହାସ୍ନାନ କରାଯାଇ ଥିଲା ଚଳନ୍ତି ପ୍ରତିମା ରାମ ଟୁଙ୍ଗିକୁ ବିଜେ କରିଥିଲେ। ପରେ ବଡ଼ସିଂହାର ପୁଷ୍ପାଞ୍ଜଳି ହୋଇ ରାତ୍ର ବାରଟା ବେଳକୁ ପହୁଡ଼ ପଡ଼ିଥିବା ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ