ନଦୀକୁ ଡେଇଁ ରିଲସ୍ କରିବା ବେଳେ ଭାସିଗଲେ : ଜଣେ ମୃତ, ୧ ଗୁରୁତର
ଭଦ୍ରକ, ୨ ଅପ୍ରେଲ (ହି.ସ.)- ସାଳନ୍ଦୀ ନଦୀକୁ ଡେଇଁ ରିଲସ୍ କରିବା ବେଳେ ଭାସିଗଲେ ଦୁଇ ଯୁବକ । ଗୁରୁବାର ସକାଳେ ଭଦ୍ରକ ପୌରାଚଂଳ ଅନ୍ତର୍ଗତ ସନ୍ଥିଆ ପୋଲ ଉପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବ୍ରିଜ ଉପରୁ ଡେଇଁବା ବେଳେ ଭାସି ଯାଇଥିଲେ ୨ ଯୁବକ । ଏମାନେ ସମ୍ପର୍କରେ ମାମୁଁ ଭଣଜା । ଦୁହିଁଙ୍କ ମଧ୍ୟରୁ
ନଦୀକୁ ଡେଇଁ ରିଲସ୍ କରିବା ବେଳେ ଭାସିଗଲେ : ଜଣେ ମୃତ, ୧ ଗୁରୁତର


ଭଦ୍ରକ, ୨ ଅପ୍ରେଲ (ହି.ସ.)- ସାଳନ୍ଦୀ ନଦୀକୁ ଡେଇଁ ରିଲସ୍ କରିବା ବେଳେ ଭାସିଗଲେ ଦୁଇ ଯୁବକ । ଗୁରୁବାର ସକାଳେ ଭଦ୍ରକ ପୌରାଚଂଳ ଅନ୍ତର୍ଗତ ସନ୍ଥିଆ ପୋଲ ଉପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବ୍ରିଜ ଉପରୁ ଡେଇଁବା ବେଳେ ଭାସି ଯାଇଥିଲେ ୨ ଯୁବକ । ଏମାନେ ସମ୍ପର୍କରେ ମାମୁଁ ଭଣଜା । ଦୁହିଁଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ଟିମ୍ । ତାଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଏମାନେ ରିଲ୍ସ ସୁଟିଂ କରୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ଏମାନଙ୍କ ଘର କେନ୍ଦୁଝର ଅଂଚଳରେ ଏବଂ ଏମାନେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡିଛି । ପୁରୁଣା ବଜାର ପୋଲିସ ଘଟଣାର ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande