
ସମ୍ବଲପୁର ୦୨, ଏପ୍ରିଲ୍ (ହି.ସ.) - ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମିଥ୍ୟା ଓ ଅପମାନଜନକ ମନ୍ତବ୍ୟକୁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏ ନେଇ ସମ୍ବଲପୁର ଗୋଲବଜାର ଛକ ଠାରେ ବିଜେପି ସାଂସଦଙ୍କ ବିରୁଦ୍ଧରେ କରାଯାଇଛି। ବିଜୁ ବାବୁ କେବଳ ଜଣେ ନେତା ନୁହଁନ୍ତି, ସେ ପ୍ରତିଟି ଓଡ଼ିଆଙ୍କ ଆବେଗ। ତାଙ୍କ ପ୍ରତି କରାଯାଇଥିବା ଏଭଳି ଦାୟିତ୍ୱହୀନ ଟିପ୍ପଣୀକୁ କୌଣସି ବି ଓଡ଼ିଆ ବରଦାସ୍ତ କରିବେ ନାହିଁ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି। ଏଥିରେ ଜିଲ୍ଲା ଯୁବ ସଭାପତି ପ୍ରଦୋଷ ମହାନ୍ତି, ଛାତ୍ରନେତା ସତ୍ୟମ ସାହୁ, ମହିଳା ସଭାନେତ୍ରୀ ସଂଯୁକ୍ତା ମେହେର, ବେଣୁଧର ଦାଶ, ଗୋକୁଳ ମେହେର, ବସନ୍ତ ମିଶ୍ର, ସତ୍ୟେନ୍ଦ୍ର ଦାଶ, ମହମ୍ମଦ ସନାଉଲ୍ଲା, ଏମଡି ଅଜ୍ଜୁ, ରବୀନ୍ଦ୍ର ସିଂ, ବିକାଶ କ୍ଷେତି, ଧର୍ମେନ୍ଦ୍ର ସୁନା, ଅଂଶୁମାନ ବେହେରା, ଶେଷଦ୍ୱେ ଗୁରୁ, ପ୍ରଶାନ୍ତ ଥାପା, ସୁରୁବାବୁ ମେହେର, ଉଷାପ୍ରଧାନ, ସରିତା ଦାସ, ସୁରେଖା ସାହୁ, ଅଜୟ ସୁନା, କୁନାଲ ପ୍ରଧାନ,କିଶୋର ମୁଣ୍ଡା, ସୁଧାଂଶୁ ପୂଜାରୀ , ମୁନୁ ପରିଡା, ହୀରାଲାଲ ବାରିକ,ପ୍ରହଲ୍ଲାଦ ଗୁରୁ, ଧର୍ମରାଜ ମରେଇ, ସୁକେଶ ସିଂ ଓ ଭୁପେନ୍ଦ୍ର କୁମାର ପ୍ରମୁଖ ସାମିଲ ଥିଲେ । ଏଠାରେ ସୂଚନାଯୋଗ୍ୟ ବିଜୁବାବୁଙ୍କ ପ୍ରତି ଏଭଳି ମନ୍ତବ୍ୟକୁ ନେଇ ଓଡ଼ିଶା ସମେତ ଦେଶର ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଶ୍ରୀ ଦୁବେ ନିଜ ମନ୍ତବ୍ୟକୁ ଭୁଲ୍ ବୁଝୁଥିବା ନେଇ ସଫେଇ ଦେବା ସହ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ