ଏସବିଆଇ ମାଲକାନଗିରି ମୁଖ୍ୟ ଶାଖା ତରଫରୁ ମୃତ୍ୟୁଜନିତ ବୀମା ରାଶି ପ୍ରଦାନ
ମାଲକାନଗିରି, ୨ ଅପ୍ରେଲ (ହି.ସ.)- ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଆଜି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ ସ୍ବର୍ଗତ ଲୋକନାଥ ସେଠିଙ୍କ ସ୍ତ୍ରୀ କସ୍ତୁରୀ
ଏସବିଆଇ ମାଲକାନଗିରି ମୁଖ୍ୟ ଶାଖା ତରଫରୁ ମୃତ୍ୟୁ ଜନିତ ବୀମା ରାଶି ପ୍ରଦାନ.


ମାଲକାନଗିରି, ୨ ଅପ୍ରେଲ (ହି.ସ.)-

ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଆଜି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ ସ୍ବର୍ଗତ ଲୋକନାଥ ସେଠିଙ୍କ ସ୍ତ୍ରୀ କସ୍ତୁରୀ ସେଠିଙ୍କୁ ପ୍ରଦାନ କରିଥିଲେ l

ପ୍ରକାଶ ଥାଉକି, ସ୍ବର୍ଗତ ଲୋକନାଥ ସେଠି ଭାରତୀୟ ଷ୍ଟେଟ ବ୍ୟାଙ୍କରେ ପୋଲିସ ସାଲାରୀ ପ୍ୟାକେଜରେ ଦରମା ଖାତା ଖୋଲିଥିଲେ l ସେଥିପାଇଁ ତାଙ୍କ ମୂତ୍ୟୁ ପରେ ଶ୍ରୀମତୀ ସେଠିଙ୍କୁ ୧୦ ଲକ୍ଷ ଟଙ୍କା ବୀମା ରାଶି ଷ୍ଟେଟ ବ୍ୟାଙ୍କ ତରଫରୁ ପ୍ରଦାନ କରାଗଲା l ବର୍ତମାନ ଷ୍ଟେଟ ବ୍ୟାଙ୍କରେ ପୋଲିସ ସାଲାରୀ ପ୍ୟାକେଜ ଅଧିନରେ ଖାତା ଥିଲେ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୧ କୋଟି ୧୦ ଲକ୍ଷ ଏବଂ ସାଧାରଣ ମୃତ୍ୟୁ ପାଇଁ ୧୦ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରାଯାଉଛି l

ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକ ବିନୋଦ କୁମାର ବିଷୋୟୀ ଏବଂ ସହ ଶାଖା ପରିଚାଳକ ଅଜିତ କୁମାର ଆଚାର୍ଯ୍ୟ ଆୟୋଜନ କରିଥିଲେ l କ୍ଷେତ୍ର ଅଧିକାରୀ ସୌମ୍ୟ ରଞ୍ଜନ ବେହେରା ଏବଂ ପୋଲିସ ଆସୋସିଏସନ ସଭାପତି ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande