
ଜୟପୁର, ୦୨ ଏପ୍ରିଲ୍ (ହି.ସ.) - ଜୟପୁର ସହରର ବନ୍ଦ ଘରୁ ଚୋରି ହୋଇଥିବା ମାମଲାରେ ଟାଉନପୁଲିସ ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜୟପୁର ପାୱାର ହାଉସ କଲୋନୀ ୭ମ ଗଳିରେ ଗତ ୧୭ ତାରିଖ ରାତିରେ ଘରେ ତାଲା ପଡିଥିବା ଦେଖି ଦୁର୍ବୁତମାନେ ଘର ଭିତରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଥିଲା। ପୁଲିସଙ୍କ କହିବାନୁଯାୟୀ ଚିନ୍ମୟୀ ମହାନ୍ତି ଲିଖିତ ଭାବେ ଅଭିଯୋଗ କରିଛନ୍ତି କି ତାଙ୍କ ଶାଶୁଘର ଲୋକେ ତାଲା ପକାଇ ଭୁବନେଶ୍ୱର ଯାଇଥିଲେ। ଘର ତାଲା ଭାଙ୍ଗି ଘର ଭିତରେ ଥିବା ୩୦ ଗ୍ରାମ ସୁନା, ନଗଦ ଟଙ୍କା ଓ ପିତଳ ଓ ତମ୍ବା ସାମଗ୍ରୀ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତି କରି ଟାଉନ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଅନୁସନ୍ଧାନ ଜାରି ରଖିଥିଲା। ଏହି ମାମଲାରେ ଆଜି ଟାଉନପୁଲିସ ଜୟପୁର ବେଢା ସାହିର ଉମାଶଙ୍କର ନାୟକ(୧୮) ଏବଂ କୁମ୍ଭାର ସାହିର ଜଣେ ନାବାଳକକୁ ଗିରଫ କରିଛନ୍ତି। ଉମାଶଙ୍କରକୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳକୁ ସୁଧାର ଗୃହକୁ ପଠାଯାଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି