ଓଡ଼ିଶା ଦିବସରେ ପ୍ରଶାସନ ଓ ପୋଲିସ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ରେ ପୋଲିସ-୧୧ ବିଜୟୀ
ମାଲକାନଗିରି ,୨ ଏପ୍ରିଲ୍ (ହି.ସ.)ଓଡ଼ିଶା ଦିବସ ଅବସରରେ ମାଲକାନଗିରି ସହରର ଡି.ଏନ୍.କେ ଖେଳ ପଡ଼ିଆଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ଅଧିକାରୀମାନଙ୍କୁ ନେଇ ଗଠିତ ପ୍ରଶାସନ-୧୧ ଏବଂ ପୋଲିସ-୧୧ ମଧ୍ୟରେ ଏହି ମ୍ୟାଚ୍
ଓଡ଼ିଶା ଦିବସରେ ପ୍ରଶାସନ ଓ ପୋଲିସ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ରେ ପୋଲିସ-୧୧ ବିଜୟୀ


ଓଡ଼ିଶା ଦିବସରେ ପ୍ରଶାସନ ଓ ପୋଲିସ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ରେ ପୋଲିସ-୧୧ ବିଜୟୀ


ମାଲକାନଗିରି ,୨ ଏପ୍ରିଲ୍ (ହି.ସ.)ଓଡ଼ିଶା ଦିବସ ଅବସରରେ ମାଲକାନଗିରି ସହରର ଡି.ଏନ୍.କେ ଖେଳ ପଡ଼ିଆଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ଅଧିକାରୀମାନଙ୍କୁ ନେଇ ଗଠିତ ପ୍ରଶାସନ-୧୧ ଏବଂ ପୋଲିସ-୧୧ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଏହି ରୋମାଞ୍ଚକର ଲଢ଼େଇରେ ପୋଲିସ-୧୧ ଦଳ ବିଜୟ ହାସଲ କରିଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ପ୍ରଶାସନ-୧୧ ଦଳର ନେତୃତ୍ୱ ନେଇଥିବା ବେଳେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍. ପୋଲିସ-୧୧ ଦଳର କ୍ୟାପଟେନ ଦାୟିତ୍ୱ ତୁଲାଇଥିଲେ। ଏହି ମ୍ୟାଚ୍ ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସଭାପତି ସତବୀର ସିଂ ଏହି ମ୍ୟାଚ୍ ପରିଚାଳନା କରିଥିବା ବେଳେ ରଞ୍ଜନ ମହାନ୍ତି ଓ କ୍ରୀଡ଼ା ବିଭାଗର କର୍ମଚାରୀମାନେ ମ୍ୟାଚ୍ ଆୟୋଜନରେ ସହଯୋଗ କରିଥିଲେ।

ଓଡ଼ିଶା ଦିବସ ପରି ଏକ ଗୌରବମୟ ଦିନରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ପଡ଼ିଆକୁ ଓହ୍ଲାଇ କ୍ରୀଡ଼ା ମାଧ୍ୟମରେ ଏକତା ଓ ଭ୍ରାତୃଭାବର ବାର୍ତ୍ତା ଦେଇଥିବାରୁ ସାଧାରଣରେ ଏହାକୁ ବେଶ୍ ପ୍ରଶଂସା କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande