
ଭୁବନେଶ୍ୱର, 02 ଏପ୍ରିଲ୍ (ହି.ସ.)- ରାଜଧାନୀରୁ ଜବତ ହେଲା
ବନ୍ଧୁକ I ୨ ଟି ସେମି ଅଟୋମେଟିକ ବନ୍ଧୁକ ସାଙ୍ଗକୁ ୧୦ ରାଉଣ୍ଡ ଗୁଳି ଜବତ୍ କରାଯାଇଛି।
ଅଭିଯୁକ୍ତକୁ କାବୁ କଲା ସ୍ପେଶାଲ କ୍ରାଇମ ୟୁନିଟ । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା
ତଳସାହିର ଅମରେଶ ରାଉତକୁ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ I ଅଭିଯୁକ୍ତ ଠାରୁ ୨ ଟି ମାଗାଜିନ ସମେତ ଜବତ ହୋଇଛି ଗୋଟିଏ ବାଇକ୍ ।
ଏହି ଘଟଣାରେ ସ୍ପେଶାଲ କ୍ରାଇମ ୟୁନିଟର
ଏସିପି ମାନସ ସ୍ୱାଇଁ କହିଛନ୍ତି ଯେ, ବନ୍ଧୁକ ଦେଖାଇ ହେଉଥିଲା ଜମି ପୋଜେସନ । ବିଲଡର ପାଖରେ
ରହି ମାର୍କେଟିଙ୍ଗ କାମ କରୁଥିଲା ଅମରେଶ । ବନ୍ଧୁକ ବିକ୍ରି କରୁଥିଲା ନା ନାହିଁ ସେ ଦିଗରେ
ତଦନ୍ତ ଚାଲିଛି । 2021 ବହୁ
ଚର୍ଚ୍ଚିତ ଝରାଫୁଲ ହତ୍ୟା ମାମଲାରେ ଅଭିଯୁକ୍ତର ସମ୍ପୃକ୍ତି ଥିବା ସୂଚନା ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା