ଅଗ୍ନିବିପନ୍ନ ବ୍ୟବସାୟୀଙ୍କ ନିକଟରେ ପଂହଚି ସମବେଦନା ଜଣାଇଲେ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର
ଧର୍ମଶାଳା,୨ଏପ୍ରିଲ(ହି.ସ.) - ରବିବାର ଭୋର ସମୟରେ ଯାଜପୁର ଜିଲା ରସୁଲପୁର ତହସିଲ ବ୍ରହ୍ମବରଦା ପଂଚାୟତ ଅନ୍ତର୍ଗତ ତାରିଣୀଛକ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ଗୋଟି ଦୋକାନରୁ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିଲା । ଏହି ଘଟଣାରେ ଅଗ୍ନିବିପନ୍ନ ବ୍ୟବସାୟୀମାନେ ବହୁ କ୍ଷତି ସ
ଅଗ୍ନିବିପନ୍ନ ବ୍ୟବସାୟୀଙ୍କ ନିକଟରେ ପଂହଚି ସମବେଦନା ଜଣାଇଲେ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର


ଧର୍ମଶାଳା,୨ଏପ୍ରିଲ(ହି.ସ.) - ରବିବାର ଭୋର ସମୟରେ ଯାଜପୁର ଜିଲା ରସୁଲପୁର ତହସିଲ ବ୍ରହ୍ମବରଦା ପଂଚାୟତ ଅନ୍ତର୍ଗତ ତାରିଣୀଛକ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ଗୋଟି ଦୋକାନରୁ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିଲା । ଏହି ଘଟଣାରେ ଅଗ୍ନିବିପନ୍ନ ବ୍ୟବସାୟୀମାନେ ବହୁ କ୍ଷତି ସହିଛନ୍ତି । ଯାହାକି ସେମାନଙ୍କ ପରିବାର ପ୍ରତିପୋଷଣ କରିବା ଏବେ ସେମାନଙ୍କ ପାଇଁ କଷ୍ଠକର ବ୍ୟାପାର ହୋଇଛି । ଏନେଇ ଗୁରୁବାର ଅପରାହ୍ନରେ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଘଟଣାସ୍ଥଳରେ ପଂହଚି ସମସ୍ତ ଅଗ୍ନିବିପନ୍ନ ବ୍ୟବସାୟୀଙ୍କୁ ଭେଟି ସମବେଦନା ଜଣାଇବା ସହିତ ଜିଲା ପ୍ରଶାସନ ସହିତ ଆଲୋଚନା କରି ସରକାରୀ ବ୍ୟବସ୍ଥା ଅନୁଯାୟୀ ଆର୍ଥୀକ ସହଯୋଗ କରାଯିବ ବୋଲି ଶ୍ରୀ ମହାପାତ୍ର ଅଗ୍ନୀବିପନ୍ନ ବ୍ୟବସାୟୀମାନଙ୍କୁ ପ୍ରତିଶ୍ରୃତି ଦେଇଥିଲେ । ଯୁବ, ବରିଷ୍ଠ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande