
ଭୁବନେଶ୍ୱର, 02 ଏପ୍ରିଲ୍ (ହି.ସ.)- ଜନ ଗଣନାକୁ ନେଇ ଆସିଲା
ବଡ଼ ଅପଡେଟ । ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ନିଜର ଜନ ଗଣନା । ଡିଜିଟାଲ ପ୍ରକ୍ରିୟାରେ
ଜନ ଗଣନା କରିଥିବା ନେଇ ସୂଚନା ଦେଲେ ଜନ ଗଣନା ନିର୍ଦ୍ଦେଶକ ନିଖିଲି ପବନ କଲ୍ୟାଣ । ସେପଟେ
କେମିତି ଚାଲିଛି ଜନଗଣନା ବୈଠକ ଡାକି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଜନଗଣନା ସମନ୍ୱୟ
କମିଟିର ଦ୍ଵିତୀୟ ବୈଠକରେ ସମସ୍ତ ଜିଲ୍ଲାର
ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ ଓ ଉନ୍ନୟନ
କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ହୋଇଥିଲେ ସାମିଲ । ଆତ୍ମ ଗଣନା ପ୍ରକ୍ରିୟାରେ ଅଧିକରୁ
ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ଉଭୟ ମୁଖ୍ୟ ଶାସନ ସଚିବ ଓ ଜନ ଗଣନା
ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା