
ଭୁବନେଶ୍ୱର, 02 ଏପ୍ରିଲ୍ (ହି.ସ.)- 'ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା' ରେ ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଛତିଶଗଡ଼ର ରାୟପୁରଠାରେ ଆୟୋଜିତ ପ୍ରଥମ 'ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା' ରେ ଓଡ଼ିଶାର ଓଡ଼ିଶାର
ଉଭୟ ମହିଳା ଓ ପୁରୁଷ ହକି ଦଳ ଚମ୍ପିୟାନ ହୋଇଥିବାରୁ ସମସ୍ତ କ୍ରୀଡ଼ାବିତ୍ଙ୍କୁ ଆନ୍ତରିକ
ଶୁଭେଚ୍ଛା ଜଣାଉଛି। ଏହି ସଫଳତା ଆମ ରାଜ୍ୟ ପାଇଁ ଅତ୍ୟନ୍ତ ଗୌରବର ବିଷୟ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର
ଜନଜାତି କ୍ରୀଡ଼ା ପ୍ରତିଭାଙ୍କ ଏହି ଅସାଧାରଣ ସଫଳତା ଓଡ଼ିଶା କ୍ରୀଡ଼ା ଜଗତରେ ଏକ ନୂତନ ଅଧ୍ୟାୟ
ସୃଷ୍ଟି କରିଛି। ଆଗାମୀ ଦିନରେ ଆମର ଖେଳାଳିମାନେ ଏହିପରି ଭାବେ ସଫଳତାର ଶୀର୍ଷ ଛୁଇଁ ରାଜ୍ୟର
ସୁନାମ ବୃଦ୍ଧି କରନ୍ତୁ, ଏହା ମୋର
କାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା