କଂଗ୍ରେସ ନିଜ ପାଇଁ ଆନ୍ଦୋଳନ କରୁଛି - ବିଜେପି
ଭୁବନେଶ୍ୱର, ୦୨ ଏପ୍ରିଲ (ହି.ସ.)- ଏସସିବି ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଅନୁଷ୍ଠିତ କଂଗ୍ରେସର ଯୁବକ୍ରାନ୍ତି ସମାବେଶକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି।ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନ କହିଛନ୍ତି ଯେ କଂଗ୍ରେସ ନିଜ ପାଇଁ ଆନ୍ଦୋଳନ କରୁଛି । ଲୋକଙ୍କ ପାଇଁ
କଂଗ୍ରେସ ନିଜ ପାଇଁ ଆନ୍ଦୋଳନ କରୁଛି - ବିଜେପି


ଭୁବନେଶ୍ୱର, ୦୨ ଏପ୍ରିଲ (ହି.ସ.)- ଏସସିବି ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଅନୁଷ୍ଠିତ କଂଗ୍ରେସର ଯୁବକ୍ରାନ୍ତି ସମାବେଶକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି।ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନ କହିଛନ୍ତି ଯେ କଂଗ୍ରେସ ନିଜ ପାଇଁ ଆନ୍ଦୋଳନ କରୁଛି । ଲୋକଙ୍କ ପାଇଁ ନୁହଁ ବରଂ ନିଜ ଅସ୍ତିତ୍ୱ ବଂଚଇବାକୁ ଆନ୍ଦୋଳନ କରୁଛନ୍ତି । ଏବେ ନୂଆ ନୂଆ ବିଜେଡି ସହ ଯୋଡ଼ି ହୋଇଛନ୍ତି । ବିଜେଡି ବିରୋଧରେ ଲଢ଼ି ଗତ ନିର୍ବାଚନରେ ୧୪ଟି ସିଟ୍ ପାଇଥିଲେ । ଏପରି ହେଲେ ଆଗକୁ ଶୂନ ହୋଇଯିବେ । ସେମାନେ ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ ସାଧୁବାଦ । ସରକାରଙ୍କୁ ମନେ ପକାଇ ଦେଉଛନ୍ତି । ସରକାର ନିଜ କାର୍ଯ୍ୟ କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande