ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ - ୬୩ର ପ୍ରଶସ୍ତିକରଣ ଓ ବାଇପାସ ନିର୍ମାଣ ଏବଂ ଛେଣ୍ଡିପଦା-ଜରପଡ଼ା ରାସ୍ତାର ସମ୍ପ୍ରସାରଣ ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ - ୬୩ର ପ୍ରଶସ୍ତିକରଣ ଓ ବାଇପାସ ନିର୍ମାଣ ଏବଂ ଛେଣ୍ଡିପଦା-ଜରପଡ଼ା ରାସ୍ତାର ସମ୍ପ୍ରସାରଣ ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ ଛେଣ୍ଡିପଦାରୁ ଅନୁଗୋଳ ପର୍ଯ୍ୟନ୍ତ
ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ - ୬୩ର ପ୍ରଶସ୍ତିକରଣ ଓ ବାଇପାସ ନିର୍ମାଣ ଏବଂ ଛେଣ୍ଡିପଦା-ଜରପଡ଼ା ରାସ୍ତାର ସମ୍ପ୍ରସାରଣ ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ


ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ

କେନ୍ଦ୍ରମନ୍ତ୍ରୀ

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ -

୬୩ର ପ୍ରଶସ୍ତିକରଣ ଓ ବାଇପାସ ନିର୍ମାଣ ଏବଂ ଛେଣ୍ଡିପଦା-ଜରପଡ଼ା ରାସ୍ତାର ସମ୍ପ୍ରସାରଣ ପାଇଁ

ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦାରୁ ଅନୁଗୋଳ ପର୍ଯ୍ୟନ୍ତ

ଯାଇଥିବା ରାଜ୍ୟ ରାଜପଥକୁ ଦୁଇ ଲେନ୍ରୁ ଚାରି ଲେନ୍ ବିଶିଷ୍ଟ କରିବା ସହ ଜନବସତି ଅଞ୍ଚଳରେ

ବାଇପାସ ନିର୍ମାଣ କରିବା ପାଇଁ ଅନୁରୋଧ

ଛେଣ୍ଡିପଦା-ଜରପଡ଼ା ଜିଲ୍ଲା ମୁଖ୍ୟ

ରାସ୍ତାକୁ ପ୍ରଶସ୍ତ କରିବା ଦ୍ୱାରା କୋଇଲା ଓ ଶିଳ୍ପ ପରିବହନ ସହଜ ହେବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୦୨(ହି.ସ) - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର

ପ୍ରଧାନ ଅନୁଗୋଳ ଜିଲ୍ଲାରେ କୋଇଲା ପରିବହନ ଏବଂ ଶିଳ୍ପ ଭିତ୍ତିଭୂମିକୁ ସଦୃଢ଼ କରିବା ପାଇଁ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ଏହି

ସମ୍ପର୍କରେ ଏକ ପତ୍ର ଲେଖି ଶ୍ରୀ ପ୍ରଧାନ ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ (ଏସଏଚ- ୬୩) ର

ପ୍ରଶସ୍ତିକରଣ ଓ ବାଇପାସ ନିର୍ମାଣ ପାଇଁ ପ୍ରସ୍ତାବ ଦେବା ସହ ଛେଣ୍ଡିପଦା-ଜରପଡ଼ା ଜିଲ୍ଲା

ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ପାଇଁ ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ ନିଜ ପତ୍ରରେ ଉଲ୍ଲେଖ

କରିଛନ୍ତି ଯେ, ରାଜ୍ୟର କେନ୍ଦ୍ରଭାଗରେ ଅବସ୍ଥିତ

ଅନୁଗୋଳ ଜିଲ୍ଲାର ଜନସଂଖ୍ୟା ପ୍ରାୟ ୧୫ ଲକ୍ଷ ଏବଂ ଏହା ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସଡିପି)

ରେ ପ୍ରାୟ ୫ ପ୍ରତିଶତ ଅବଦାନ ଦେଉଛି । କୋଇଲା ସମ୍ପଦରେ ସମୃଦ୍ଧ ଏହି ଜିଲ୍ଲାର ବାର୍ଷିକ କୋଇଲା

ଉତ୍ପାଦନ ବର୍ତ୍ତମାନର ୧୧୬ ମିଲିୟନ ଟନ୍ (ଏମଟି) ରୁ ବୃଦ୍ଧି ପାଇ ୨୦୩୩ ସୁଦ୍ଧା ୨୫୦-୩୦୦

ମିଲିୟନ ଟନ୍ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଏହି ଜିଲ୍ଲା ଇସ୍ପାତ, ଆଲୁମିନିୟମ ଏବଂ ତାପଜ ବିଦ୍ୟୁତ କେନ୍ଦ୍ର ଭଳି ଭାରୀ ଶିଳ୍ପ, ଉନ୍ନତ ବିନିର୍ମାଣଏବଂ ଆନୁସଙ୍ଗିକ ଏମଏସଏମଇ ଗୁଡ଼ିକ ପାଇଁ ଏକ ଉତ୍ତମ ବାତାବରଣ ତିଆରି

କରୁଛି ।ଅନୁଗୋଳରେ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ, ଏନଟିପିସିକଣିହାଁ, ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ ଏବଂ ମହାନଦୀ କୋଲଫିଲ୍ଡସ ଲିମିଟେଡରବ୍ୟାପକ କୋଇଲା ଖଣି ଭଳି ପ୍ରମୁଖ ଶିଳ୍ପ ଓ ଶକ୍ତି

କେନ୍ଦ୍ରଗୁଡ଼ିକ ରହିଛି, ଯାହା

ରାଜ୍ୟର ଶକ୍ତି ନିରାପତ୍ତାର ମେରୁଦଣ୍ଡ ସାଜିଛି ।

ବିଶେଷ କରି ଛେଣ୍ଡିପଦା ତହସିଲ ଅଞ୍ଚଳ

ଭାରତର କୋଇଲା ଗଚ୍ଛିତ ଭଣ୍ଡାରର ପ୍ରାୟ ଏକ-ଷଷ୍ଠାଂଶ ହୋଇଥିବାରୁ, ଏହା ଦେଶର ଶକ୍ତି ନିରାପତ୍ତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ତେବେ ବର୍ତ୍ତମାନର ସଡ଼କ ଭିତ୍ତିଭୂମି, ବିଶେଷ କରି

ରାଜ୍ୟ ରାଜପଥ-୬୩ ଏବଂ ଛେଣ୍ଡିପଦା-ଜରପଡ଼ା ଜିଲ୍ଲା ମୁଖ୍ୟ ରାସ୍ତା, ଅତ୍ୟଧିକ କୋଇଲା ପରିବହନ ପାଇଁ ଅନୁପଯୁକ୍ତ ହୋଇପଡ଼ିଛି । ଏହି

ରାସ୍ତାଗୁଡ଼ିକ ଜନବସତି ଦେଇ ଯାଉଥିବାରୁ ଟ୍ରାଫିକ ଜାମ୍, ଦୁର୍ଘଟଣା ଏବଂ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି

ହେଉଥିବା ସେ ଦର୍ଶାଇଛନ୍ତି ।

ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀ

ପ୍ରଧାନ ଦୁଇଟି ପ୍ରମୁଖ ପ୍ରସ୍ତାବ ରଖିଛନ୍ତି । ପ୍ରଥମତଃ, ଛେଣ୍ଡିପଦାରୁ ଅନୁଗୋଳ ପର୍ଯ୍ୟନ୍ତ ଯାଇଥିବା ରାଜ୍ୟ ରାଜପଥ-୬୩କୁ ଦୁଇ

ଲେନ୍ରୁ ଚାରି ଲେନ୍କୁ ପ୍ରଶସ୍ତିକରଣ କରିବା ସହ ଜନବସତି ଅଞ୍ଚଳରେ ବାଇପାସ ନିର୍ମାଣ କରିବାକୁ

ସେ ଅନୁରୋଧ କରିଛନ୍ତି । ଦ୍ୱିତୀୟରେ, ଛେଣ୍ଡିପଦା-ଜରପଡ଼ା

ମୁଖ୍ୟ ଜିଲ୍ଲା ରାସ୍ତାକୁ ପ୍ରଶସ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀ ପ୍ରଧାନ । ସେ

କହିଛନ୍ତି ଏହି ରାସ୍ତାଟି ଖଣି ଅଞ୍ଚଳକୁ ୫୫ ନମ୍ବର ଜାତୀୟ ରାଜପଥ ଓ ରେଳ କରିଡର ସହ ଯୋଡୁଛି ।

ଏହାର ପ୍ରଶସ୍ତିକରଣ ଦ୍ୱାରା ରାଜ୍ୟ ରାଜପଥ- ୬୩ ଉପରୁ ଯାନବାହନ ଚାପ କମିବ ଏବଂ ଏକ ବିକଳ୍ପ

ପରିବହନ ମାର୍ଗ ସୃଷ୍ଟି ହେବ । ଉନ୍ନତ ସଡ଼କ ସଂଯୋଗୀକରଣ ଦ୍ୱାରା କେବଳ କୋଇଲା ପରିବହନ ସହଜ ହେବ

ନାହିଁ, ବରଂ ଏହା ଅଞ୍ଚଳରେ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ସହ ସ୍ଥାନୀୟ

ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ

କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande