ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୦୨ ଏପ୍ରିଲ (ହି.ସ.)- ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରୋଗ୍ରାମ କୋଅର୍ଡିନେଟର ଗଙ୍ଗାଧର ମଲ୍ଲିକ, ପେଷ୍ଟିଂ କ୍ଲର୍କ କବିରାଜ ପଣ୍ଡା ଓ ଡ୍ରାଇଭର ରମେଶ ମଲ୍ଲିକଙ୍କୁ ଗୁରୁବାର ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ
ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା


ଭୁବନେଶ୍ୱର, ୦୨ ଏପ୍ରିଲ (ହି.ସ.)- ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରୋଗ୍ରାମ କୋଅର୍ଡିନେଟର ଗଙ୍ଗାଧର ମଲ୍ଲିକ, ପେଷ୍ଟିଂ କ୍ଲର୍କ କବିରାଜ ପଣ୍ଡା ଓ ଡ୍ରାଇଭର ରମେଶ ମଲ୍ଲିକଙ୍କୁ ଗୁରୁବାର ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକ ଅଧ୍ୟକ୍ଷତା କରି ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସହ ତାଙ୍କର ଅନୁଭୂତିର ସ୍ମୃତିଚାରଣ କରିଥିଲେ । ସେମାନଙ୍କର କର୍ତବ୍ୟନିଷ୍ଠା, ସମୟାନୁବର୍ତିତା ଓ ଦାୟିତ୍ୱବୋଧକୁ ପ୍ରଶଂସା କରିବା ସହ ସେମାନେ ବିଭାଗ ପାଇଁ ଏକ ଆଦର୍ଶ ବୋଲି ଉଲ୍ଲେଖ କରିଥିଲେ । ସେ ସେବାନିବୃତ କର୍ମଚାରୀମାନଙ୍କ ଦୀର୍ଘ ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା କରିଥିଲେ ।

ଉପଶାସନ ସଚିବ ପ୍ରଣବ କୁମାର ଦାସ ତାଙ୍କ ବକ୍ତବ୍ୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଦୀର୍ଘ ବର୍ଷର କାର୍ଯ୍ୟାନୁଭବ ଓ ବିଭାଗ ପ୍ରତି ସେମାନଙ୍କର ଅବଦାନକୁ ଉଲ୍ଲେଖ କରିଥିଲେ । ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ସେମାନଙ୍କର ସହଯୋଗୀ ମନୋଭାବ, ଭାଇଚାରା ଓ ସମସ୍ତଙ୍କ ପ୍ରତି ସହାୟତାମୂଳକ ଭାବନାକୁ ପ୍ରଶଂସା କରିଥିଲେ । ଅନୁଶାସନ ସଚିବ ମୌସୁମୀ ଦାସ ଓ ଲୋକସମ୍ପର୍କ ଅଧିକାରୀ ସାଗରିକା ପ୍ରିୟଦର୍ଶିନୀ ସଂକ୍ଷିପ୍ତ ବକ୍ତବ୍ୟ ରଖିବା ସହ ସେବାନିବୃତ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇ ସୁଖମୟ ଅବସରଜୀବନ କାମନା କରିଥିଲେ ।

ଗଙ୍ଗାଧର ମଲ୍ଲିକ କବିରାଜ ପଣ୍ଡା ଓ ରମେଶ ମଲ୍ଲିକ ସେମାନଙ୍କର ଚାକିରି ଜୀବନର ସ୍ମୃତିଚାରଣ କରିଥିଲେ । ନିଜ ନିଜର ଅନୁଭବ ଓ ଅନୁଭୂତି ବଖାଣିବା ସହ ସେମାନେ ବିଭାଗର ସହକର୍ମୀମାନଙ୍କୁ ସେମାନଙ୍କର ସହଯୋଗୀ ମନୋଭାବ ଏବଂ ବନ୍ଧୁତା ପାଇଁ ଧନ୍ୟବାଦ ଜଣାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande