
ଭୁବନେଶ୍ୱର, 02 ଏପ୍ରିଲ୍ (ହି.ସ.)- ଚଳିତ ଖରିଫରେ ରେକର୍ଡ
ସଂଖ୍ୟକ ଧାନ ସଂଗ୍ରହ ହୋଇଛି । 18 ଲକ୍ଷ 64 ହଜାର ଚାଷୀ ଧାନ ବିକ୍ରି କରିଛନ୍ତି । ଏଯାବତ୍ 77 ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି । ଏନେଇ ସମବାୟ ମନ୍ତ୍ରୀ
ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି । ବାକି ବଳକା ଧାନ କିଣିବାକୁ 7 ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର । ଯେଉଁ ଚାଷୀ ଧାନ ବିକି
ପାରିନାହାନ୍ତି, ସେମାନେ ଏହି 7 ଦିନ ଭିତରେ ଧାନ ବିକ୍ରି କରିପାରିବେ । ମିଲରେ ଜାଗାର ଅଭାବ ପାଇଁ
ଧାନ କିଣା ପ୍ରକ୍ରିୟା ଟିକେ ବିଳମ୍ବ ହୋଇଥିଲା । ଜଣେ ବି ଚାଷୀର ଧାନ ରହିବ ନାହିଁ । ସରକାର
ସମସ୍ତ ଧନ ଉଠାଇବେ । ଆସନ୍ତାବର୍ଷକୁ ଏପରି ସମସ୍ୟା ଯେପରି ନହେବ ସେନେଇ ସରକାର ବ୍ୟବସ୍ଥା
କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା