ମହାନଦୀ ଜଳ ବିବାଦ : ଟ୍ରିବ୍ୟୁନାଲକୁ ତଥ୍ୟ ଦେଇନଥିଲା ବିଜେଡି - ବିଜେପି
ଭୁବନେଶ୍ୱର, ୦୨ ଏପ୍ରିଲ (ହି.ସ.)- ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗରେ ବିଜେଡିର ଅଭିଯୋଗ ଉପରେ କଡ଼ା ଜବାବ ରଖି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ ମହାନଦୀ ଜଳ ବିବାଦ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ନକରି ବିଜେଡ଼ି ଟ୍ରିବ୍ୟୁନାଲକୁ ନେଇଥିଲା । କିନ୍ତୁ ଯେଉଁ ତ
ମହାନଦୀ ଜଳ ବିବାଦ : ଟ୍ରିବ୍ୟୁନାଲକୁ ତଥ୍ୟ ଦେଇନଥିଲା ବିଜେଡି - ବିଜେପି


ଭୁବନେଶ୍ୱର, ୦୨ ଏପ୍ରିଲ (ହି.ସ.)- ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗରେ ବିଜେଡିର ଅଭିଯୋଗ ଉପରେ କଡ଼ା ଜବାବ ରଖି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ ମହାନଦୀ ଜଳ ବିବାଦ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ନକରି ବିଜେଡ଼ି ଟ୍ରିବ୍ୟୁନାଲକୁ ନେଇଥିଲା । କିନ୍ତୁ ଯେଉଁ ତଥ୍ୟ ଦେବା କଥା ବିଜେଡ଼ି ଟ୍ରିବ୍ୟୁନାଲକୁ ଦେଇନଥିଲା । କିନ୍ତୁ ବିଜେପି ସରକାରକୁ ଆସିବା ପରେ ସବୁ ତଥ୍ୟ ଟ୍ରିବ୍ୟୁନାଲକୁ ଦେଉଛି । ଏହାସହ ଓଡ଼ିଶା ସପକ୍ଷରେ ରାୟ ଆସିବା ପାଇଁ ସରକାରଙ୍କ ପକ୍ଷରୁ ସବୁ ସହଯୋଗ କରାଯାଉଛି । ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ତତ୍କାଳୀନ ସରକାର ପାଖରେ ବିଜେପି ବାରମ୍ବାର ଦାବି ରଖିଥିଲା ।ଲୋକସଭାରେ ତତ୍କାଳୀନ ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ ବିଜେଡ଼ିକୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ । କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଆଲୋଚନା ସ୍ଥଳକୁ ଆସି ଅଳ୍ପ ସମୟରେ ଉଠି ଚାଲିଆସିଥିଲେ । କୌଣସି ସହଯୋଗ କଲେ ନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande