
ପୁରୀ, ୦୨ ଏପ୍ରିଲ୍ (ହି.ସ.) - ଗତ ତିନିମାସ ଧରି ପୁରୀଜିଲ୍ଲା ସବରେଜିଷ୍ଟର କାର୍ଯ୍ୟାଳୟରେ ଜମି କିଣା ବିକାକୁ ନେଇ ଆଇନଜୀବୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯେଉଁ କବଲା ଓକିଲ ଅଫିସକୁ ଯାଇ ପଚାରିବାରେ ନା କରାଯାଉଛି ସେହି କବଲାକୁ ମୋହରିର ନେଇ ରେଜିଷ୍ଟ୍ରେସନ କରିପାରୁଛି । ଏ ସମ୍ପର୍କରେ ଜଣେ ଆଇନଜୀବୀ ସାମାଜିକ ଗଣମାଧ୍ୟମରେ ପ୍ରଚାର କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଗୁରୁବାର ଜୈନିକ ଆଇନଜୀବୀ ରେଜିଷ୍ଟ୍ରେସନ ଓ ଇସି ସମସ୍ୟାକୁ ନେଇ କାର୍ଯ୍ୟାଳୟରେ ହୋହାଲ୍ଲା କରିଥିବା ଦେଖାଯାଇଥିଲା । ଜଖମ କବଲା ଗୁଡିକ କିପରି ମୋହରିର କରୁଛନ୍ତି କଣ ରହସ୍ୟ ରହିଛି କି ମୋହ ମନ୍ତ୍ରରେ ବସିଭୁତ କରାଯାଉଛି ସେ ସମ୍ପର୍କରେ ଆଇନଜୀବୀ ମହଲରେ ଯୋର ଆଲୋଚନା ହେଉଛି । ଏ ସମ୍ପର୍କରେ ଜିଲ୍ଲା ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି କୁହନ୍ତି ବହୁ ଆଇନଜୀବୀ ଅସନ୍ତୋଷ ହେଉଥିବା ମୋ କାନକୁ ଆସିଛି । ଏ ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ । ଅନ୍ୟ ପକ୍ଷରେ ସବରେଜିଷ୍ଟରଙ୍କୁ ପଚାରିବାରେ ଆଜିର ଘଟଣା ଏକ ମାମୁଲି ଘଟଣା ବୋଲି କହିଥିଲେ । ଇସି କୁ ନେଇ ସମସ୍ୟା ରହିଥିଲା ତାହା ସମାଧାନ ହୋଇଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ