
ପୁରୀ, ୨ ଅପ୍ରେଲ (ହି.ସ.)- ରାଜ୍ଯ ସରକାର ବଡଦାଣ୍ଡରେ ମଦ ଦୋକାନ ନଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଅନ୍ଯପକ୍ଷରେ ସମୁଦ୍ରକୂଳେ ହୋଟେଲ ବାର ଖୋଲିବା, ଠିପି ଖୋଲା ଠିପି ବନ୍ଦ ମଦ ଦୋକାନ ଖୋଲିବା ଓ ବିୟର ପାଲର ଖୋଲାଯାଇଛି । ନିଶା ସେବନ ଯୋଗୁ ସମୁଦ୍ରରେ ଅନେକ ବ୍ଯକ୍ତି ଜଳ ସମାଧି ହୋଇଛନ୍ତି । ପର୍ଯ୍ୟଟକ ରହୁଥିବା ହୋଟେଲରେ ମଦ୍ୟପାନ କରି ସମୁଦ୍ରକୁ ନଯିବା ପାଇଁ ସଚେତନତା ବୋର୍ଡ ମରାଯାଇନାହିଁ । ଗୁରୁବାର ୪ ଜଣ ବଙ୍ଗୀୟ ଯୁବକ ୪ଟି ବିୟର କେନ ଧରି ସମୁଦ୍ର ପାଣିରେ ମଦ୍ୟପାନ କରୁଥିବା ଦୃଶ୍ଯ ଦେଖାଯାଇଥିଲା । ଲାଇଫଗାର୍ଡ ମାନେ ଡାକବାଜି ଯନ୍ତ୍ର ଦ୍ବାରା ବାରଣ କରିବା ସତ୍ତ୍ବେ ସେମାନେ ମାନି ନଥିଲେ । ଏହି ଦୃଶ୍ଯ ପୁରୀରେ ବେଶ୍ ଚର୍ଚ୍ଚା ହୋଇଥିଲା । ବୃନ୍ଦାବନ କ୍ଷେତ୍ର ପରି ଶ୍ରୀକ୍ଷେତ୍ରର ପାଞ୍ଚ କିଲୋମିଟର ପରିଧି ମଧ୍ୟରେ ମଦ ଦୋକାନ ଖୋଲିବା ଓ ମଦ୍ୟପାନ କରିବା ନିଷିଦ୍ଧ କରିବାକୁ ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ