
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ଆଜି ପବିତ୍ର
ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥୀକୁ ପବିତ୍ର ଅକ୍ଷୟ ତୃତୀୟା ଭାବେ ପାଳନ
କରାଯାଏ । ଆଜିର ଦିନରେ ବିଶ୍ବ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ
ଅନୁକୂଳ ହେବ । ଅପରାହ୍ଣରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ବିଜେ ହେବା ପରେ ଆରମ୍ଭ ହେବ ରଥ
ନିର୍ମାଣ । ସେହିପରି ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି ।
ଏହାସହ ଅଖିମୁଠି ଅନୁକୂଳ
କରିବେ ଚାଷୀ । ଆଜିର ଦିନକୁ ଅତ୍ୟନ୍ତ ଶୁଭ ବୋଲି ବିଚେନା କରାଯାଏ । ଅକ୍ଷୟ ଫଳପ୍ରାପ୍ତି
ହୋଇଥାଏ ବୋଲି ବିଶ୍ବାସ ରହିଛି । ଆଜିର ଦିନରେ କିଛି କିଣିଲେ ଶୁଭ ବୋଲି ବିବେଚନା କରାଯାଏ ।
ଅକ୍ଷୟ ତୃତୀୟାରେ ସୁନା
କିମ୍ବା ରୂପା କିଣିବା ବିଧି ରହିଛି । ଏଥିପାଇଁ ସୁନା ଦୋକାନ ମାନଙ୍କରେ ଆଜି ପ୍ରବଳ ଭିଡ
ଦେଖିବାକୁ ମିଳିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା