ପୁରୀ ପୋଲିସ ଦ୍ଵାରା ଏପ୍ରିଲ ୨୦୨୬ ଅପରାଧ
ପୁରୀ, ୨୧ ଏପ୍ରିଲ୍ (ହି.ସ.)- ପୁରୀ ପୋଲିସ ଦ୍ୱାରା ଏପ୍ରିଲ ୨୦୨୬ ମାସର ଅପରାଧ ସମୀକ୍ଷା ବୈଠକ ମଙ୍ଗଳବାର ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ପୁରୀ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅତିରିକ୍ତ ଆରକ୍ଷ
ପୁରୀ ପୋଲିସ ଦ୍ୱାରା ଏପ୍ରିଲ ୨୦୨୬ ଅପରାଧ


ପୁରୀ, ୨୧ ଏପ୍ରିଲ୍ (ହି.ସ.)- ପୁରୀ ପୋଲିସ ଦ୍ୱାରା ଏପ୍ରିଲ ୨୦୨୬ ମାସର ଅପରାଧ ସମୀକ୍ଷା ବୈଠକ ମଙ୍ଗଳବାର ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ପୁରୀ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶୀଲ ମିଶ୍ର, ଦେବ ପ୍ରତାପ, ସଚିନ ପଟେଲ, ସୌମ୍ୟ ରଞ୍ଜନ ମଲ୍ଲିକ ସହିତ ସମସ୍ତ ସବ୍-ଡିଭିଜନର ଅଧିକାରୀ, ସମସ୍ତ ଥାନା ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଗତ ମାସର ଅପରାଧ ପରିସ୍ଥିତି, ଚାଲୁଥିବା ମାମଲାଗୁଡିକର ତଦନ୍ତ ପ୍ରଗତି, ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏହାସହ ଅପରାଧ ନିୟନ୍ତ୍ରଣରେ ଉନ୍ନତ ରଣନୀତି ଅନୁସରଣ କରିବା, ତଦନ୍ତକୁ ଶୀଘ୍ର ଓ ଦୃଢ କରିବା, ଏବଂ କୋର୍ଟରେ ମାମଲାଗୁଡିକୁ ସୁଦୃଢ ଭାବରେ ପ୍ରସ୍ତୁତ କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ସମସ୍ତ ଥାନା ଅଧିକାରୀଙ୍କୁ ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ରକ୍ଷା ଓ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାମ କରିବାକୁ ନିର୍ଦେଶ ଦେଇଥିଲେ। ସେ ତଦନ୍ତର ଗୁଣତ୍ୱ ବୃଦ୍ଧି, ସମୟମଧ୍ୟରେ ଚାର୍ଜଶିଟ ଦାଖଲ, ଏବଂ ଦୃଢ ସାକ୍ଷ୍ୟ ପ୍ରଦାନ ଉପରେ ଜୋର ଦେଇଥିଲେ। ବିଶେଷକରି ବୈଜ୍ଞାନିକ ପଦ୍ଧତିରେ ତଦନ୍ତ, ଡିଏନଏ ସଂଗ୍ରହ ପ୍ରକ୍ରିୟା, ଇ ସାଖୀ ପ୍ରଣାଳୀର ସଫଳ ବ୍ୟବହାର ଏବଂ ଡିଜିଟାଲ ତଥ୍ୟ ସଂଗ୍ରହକୁ ଆହୁରି ସୁଦୃଢ କରିବା ପାଇଁ ନିଦେଶ ଦିଆଯାଇଥିଲା।

ସେହିପରି ଆଧୁନିକ ପୋଲିସିଂ ପ୍ରଣାଳୀକୁ ଆହୁରି ସକ୍ରିୟ କରିବା ପାଇଁ ସିସିଟିଭି ମନିଟରିଂ, ସାଇବର ଟୁଲ୍, ଡିଜିଟାଲ ତଦନ୍ତ ପ୍ରଣାଳୀ ଓ ଡାଟା ବିଶ୍ଳେଷଣର ବ୍ୟବହାର ବଢ଼ାଇବାକୁ କୁହାଯାଇଥିଲା। ସନ୍ଦେହଜନକ ବ୍ୟକ୍ତି ଓ ଅପରାଧ ପ୍ରବଣ ଅଞ୍ଚଳରେ ନିୟମିତ ଚେକିଂ, ପ୍ୟାଟ୍ରୋଲିଂ ଓ ଇଣ୍ଟେଲିଜେନ୍ସ ସଂଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଥିଲା।

ପୁରୀ ଜିଲ୍ଲା ଏକ ବିଶ୍ୱପ୍ରସିଦ୍ଧ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ହେବାରୁ, ପର୍ଯ୍ୟଟକମାନଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାପନା ଓ ଆସନ୍ତା ବଡ଼ ପର୍ବପର୍ବାଣୀ ରଥଯାତ୍ରା ପାଇଁ ପୂର୍ବ ପ୍ରସ୍ତୁତି ନେବା ଉପରେ ବିଶେଷ ଆଲୋଚନା କରାଯାଇଥିଲା। ସେଥିପାଇଁ ସମସ୍ତ ଅଧିକାରୀଙ୍କୁ ଅଗ୍ରିମ ଯୋଜନା, ଫୋର୍ସ ବ୍ୟବସ୍ଥାପନା ଓ ଟ୍ରାଫିକ ନିୟନ୍ତ୍ରଣରେ ଶୃଙ୍ଖଳାବଦ୍ଧ ଭାବେ କାମ କରିବାକୁ କୁହାଯାଇଥିଲା।

ଏହାସହ ଜରୁରୀ ସେବା ‘୧୧୨’କୁ ଶୀଘ୍ର ସେବା ଦେବା, କମ୍ୟୁନିଟି ପୋଲିସିଂକୁ ଆହୁରି ସକ୍ରିୟ କରିବା ଓ ପୋଲିସ-ଜନସାଧାରଣ ସମ୍ପର୍କକୁ ସୁଦୃଢ କରିବା ପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କୁ ସମ୍ମାନପୂର୍ଣ୍ଣ ଓ ସହାନୁଭୂତିଶୀଳ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। ଜନସାଧାରଣଙ୍କ ବିଶ୍ୱାସ ହେଉଛି ପୋଲିସର ସବୁଠୁ ବଡ଼ ଶକ୍ତି ବୋଲି ଏସ୍ପି ଉଲ୍ଲେଖ କରିଥିଲେ। ପୋଲିସ କର୍ମଚାରୀମାନଙ୍କ କଳ୍ୟାଣ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। କାର୍ଯ୍ୟରତ ପୋଲିସ କର୍ମଚାରୀମାନଙ୍କ ସୁବିଧା, ମନୋବଳ ବୃଦ୍ଧି ଓ ସେବାର ଉନ୍ନତି ପାଇଁ ପ୍ରୟାସ ଜାରି ରହିବ ବୋଲି ଜଣାଇଥିଲେ। ଶେଷରେ ଆରକ୍ଷୀ ଅଧୀକ୍ଷକ ସମସ୍ତ ଅଧିକାରୀଙ୍କୁ ଟିମ୍ୱର୍କ ମାଧ୍ୟମରେ କାମ କରି ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ଆହୁରି ମଜବୁତ କରିବା ସହ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଅପରାଧମୁକ୍ତ ସମାଜ ଗଠନ ପାଇଁ ସମୁହିକ ପ୍ରୟାସ କରିବାକୁ ଆହ୍ୱାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande