ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଉଦଯାପିତ : ବାଳକ ବିଭାଗରେ ଟିଟିଲାଗଡ, ବାଳିକାରେ ସଇଁନ୍ତଳା ଚମ୍ପିୟାନ
ବଲାଙ୍ଗିର, ୨୧ ଏପ୍ରିଲ୍ (ହି.ସ.)- ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା ଫୁଟବଲ୍ ଚାମ୍ପିୟନସିପ୍ ୨୦୨୬ ଦ୍ୱିତୀୟ ସଂସ୍କରଣ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ଉଦ୍ଯାପିତ ହୋଇଯାଇଛି । ବାଳିକା ଫାଇନାଲ ଖେଳ ସଇଁନ୍ତଲା ବନାମ ତୁରେକେଲା ମଧ୍ୟରେ ଅନୁଷ୍ଠିତ ହୋଇଥି
ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଉଦ୍ଯାପିତ ବାଳକ ବିଭାଗରେ ଟିଟିଲାଗଡ, ବାଳିକା ରେ ସଇଁନ୍ତଲା ଚମ୍ପିୟାନ


ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଉଦ୍ଯାପିତ ବାଳକ ବିଭାଗରେ ଟିଟିଲାଗଡ, ବାଳିକା ରେ ସଇଁନ୍ତଲା ଚମ୍ପିୟାନ


ବଲାଙ୍ଗିର, ୨୧ ଏପ୍ରିଲ୍ (ହି.ସ.)- ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା ଫୁଟବଲ୍ ଚାମ୍ପିୟନସିପ୍ ୨୦୨୬ ଦ୍ୱିତୀୟ ସଂସ୍କରଣ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ଉଦ୍ଯାପିତ ହୋଇଯାଇଛି । ବାଳିକା ଫାଇନାଲ ଖେଳ ସଇଁନ୍ତଲା ବନାମ ତୁରେକେଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଇଁନ୍ତଲା ଦଳ ୩-୦ ଗୋଲ ରେ ତୁରେକେଲା କୁ ପରାସ୍ତ କରି ଚମ୍ପିୟାନ ହୋଇଛି । ସେହିପରି ବାଳକ ବିଭାଗର ଫାଇନାଲ ଖେଳ ଟିଟିଲାଗଡ ବନାମ ବଲାଙ୍ଗିର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଟିଟିଲାଗଡ ଦଳ ୬-୦ ଗୋଲ ବ୍ୟବଧାନରେ ବଲାଙ୍ଗିର କୁ ହରାଇ ଚମ୍ପିୟାନ ହୋଇଛି । ଉଦ୍ଯାପନି ସମାରୋହରେ ଜିଲ୍ଲା କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଂସଦ ତଥା ଫାଓ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ର ଯୋଗ ଦେଇ ଉଭୟ ବିଜେତା ଓ ଉପ-ବିଜେତା ବାଳକ/ ବାଳିକା ବିଭାଗର ଖେଳାଳିମାନଙ୍କୁ ଟ୍ରଫି ସହ ପୁରସ୍କୃତ କରିଥିଲେ । ସ୍ୱତନ୍ତ୍ର ଭାବରେ ସମସ୍ତ ରେଫରୀ ଓ ମ୍ୟାଚ କମିଶନରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ଉପସ୍ଥିତ ସମସ୍ତ ଖେଳାଳିଙ୍କୁ ତାଙ୍କର ଖେଳାଳି ଜିବନର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ଏବଂ ରାଜ୍ୟ ସରକାରଙ୍କ କ୍ରୀଡା କ୍ଷେତ୍ରରେ ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିଥିଲେ ।

ସାଧାରଣ ସଂପାଦକ ହରିନାରାୟଶଣ ପୂଜାରୀ, ଯୁଗ୍ମ ସଂପାଦକ ଶତୃଘ୍ନ ସିଂହ, ଉପ-ସଭାପତି ପ୍ରହଲ୍ଲାଦ ଶତପଥି, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର, ସୁଧିର ଚନ୍ଦ୍ର ପଣ୍ଡା, ପ୍ରଭାତ କୁମାର ମିଶ୍ର, କ୍ରୀଡ଼ା ସଂପାଦକ ବିଭୂତି ଭୂଷଣ ପଣ୍ଡା, କ୍ରୀଡା ଛାତ୍ରାବାସର ଫୁଟବଲ ପ୍ରଶିକ୍ଷକ ପରାଶର ବାଗ, ବରିଷ୍ଠ ସଦସ୍ୟ ଡ. ସିଦ୍ଧେଶ୍ୱର ମିଶ୍ର, ଗ୍ରାମାଂଚଳ କ୍ରୀଡା ସଂପାଦକ ସୁଧାଂଶୁ ସେଠ, ସୁନିଲ ଚନ୍ଦ୍ର ବିଶ୍ୱାଲ, ପ୍ରଦୀପ କୁମାର ମହାରଣା, ଭରତ ଡାଙ୍ଗ, ଜିତୁ କୁମାର ଦଲାଇ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇ ଥିଲେ । ଖେଳ ଗୁଡିକୁ ଦେବାଶିଷ ବାଗ, ମଳୟ ଘିଭେଲା, ସଞ୍ଜନ କୁଦେଇ, ଜିତେନ୍ଦ୍ର ପାତ୍ର, ସୁଦର୍ଶନ ସେଠ, ଯଶୋବନ୍ତ ମାଝୀ, ଗୌରହରି ପୁଟେଲ, ନରସିଂସ୍ୱାମୀ ନାଇଡୁ, ଧନେଶ୍ୱର ସେଠ ଓ ଦୋଳଗୋବିନ୍ଦ ମୁଣ୍ଡା ପରିଚାଳନା କରିଥିଲେ । ମଂଚ ପରିଚାଳନା ତଥା ଧନ୍ୟବାଦ ଅର୍ପଣ କରିଥିଲେ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande