
ଭୁବନେଶ୍ୱର, ୨୩ ଏପ୍ରିଲ (ହି.ସ)- ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିମାପଡ଼ାର ଇଂରାଜୀ ନାମ (ନିମାପରା)କୁ ପରିବର୍ତନ କରି (ନିମାପଡ଼ା) କରିବା ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହା ଫଳରେ (ନିମାପଡ଼ା)ର ଉଚ୍ଚାରଣ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ସମାନ ରହିବ।
ସୂଚନାଯୋଗ୍ୟ ଯେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନ ସଂଶୋଧନ ସମ୍ବନ୍ଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଡ଼ିଶାର ସମସ୍ତ ସାଂସଦ, ବିଧାୟିକା/ବିଧାୟକ ଏବଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ପ୍ରସ୍ତାବ ଦେବାକୁ ଆହ୍ୱାନ ଦିଆଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା