ହୋଟେଲରେ ପୋଡ଼ା ଇଞ୍ଜିନ ତେଲ ଜାଳି ରୋଷେଇ ଘଟଣା, ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ହୋଟେଲ ମାଲିକଙ୍କୁ ଜରିମାନା ସହ କଡ଼ା ତାଗିଦ୍
ମାଲକାନଗିରି, ୨୪ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା କିଙ୍ଗସ୍ ହୋଟେଲରେ ପୋଡ଼ା ଇଞ୍ଜିନ ତେଲ ଜାଳି ରୋଷେଇ କରାଯାଉଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହି ଘଟଣା
ହୋଟେଲରେ ପୋଡ଼ା ଇଞ୍ଜିନ ତେଲ ଜାଳି ରୋଷେଇ ଘଟଣା, ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ହୋଟେଲ ମାଲିକଙ୍କୁ ଜରିମାନା ସହ କଡ଼ା ତାଗିଦ୍


ମାଲକାନଗିରି, ୨୪ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା କିଙ୍ଗସ୍ ହୋଟେଲରେ ପୋଡ଼ା ଇଞ୍ଜିନ ତେଲ ଜାଳି ରୋଷେଇ କରାଯାଉଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହି ଘଟଣା ପରେ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଉକ୍ତ ହୋଟେଲ ଉପରେ ଆଜି ଚଢ଼ଉ କରାଯାଇ ଜରିମାନା ସହ ହୋଟେଲ ମାଲିକଙ୍କୁ କଡ଼ା ତାଗିଦ୍ କରାଯାଇଥିବା ଜଣାପଡ଼ିଛି । ମୁଖ୍ୟତଃ ପୋଡ଼ା ଇଞ୍ଜିନ ତେଲ ଜାଳି ରୋଷେଇ କରିବା, ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ନିମ୍ନମାନର ରଙ୍ଗ ବ୍ୟବହାର କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଏହି ଧରଣର ଚଢ଼ଉକୁ ଆଗକୁ ଜୋରଦାର କରାଯିବ ବୋଲି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande