
ଭୁବନେଶ୍ୱର, ୨୪ ଏପ୍ରିଲ (ହି.ସ) - ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଶୁକ୍ରବାର ଦିନ ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ନାରାୟଣୀଙ୍କ ଦର୍ଶନ କରିବା ସହ ପୂଜାୂର୍ଚ୍ଚନା କରିଛନ୍ତି। ଏହାସହ ମନ୍ଦିରର ପାରିପାଶ୍ୱିର୍କ ଉନ୍ନତିକରଣ ନେଇ ସମୀକ୍ଷା କରିଛନ୍ତି।
ଏକ୍ସରେ ପୋଷ୍ଟ କରି ଶ୍ରୀମତୀ ପରିଡା ଲେଖିଛନ୍ତି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିକଟରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା' ନାରାୟଣୀଙ୍କ ମନ୍ଦିର ପରିଦର୍ଶନ କରିବା ସହ ମା'ଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଲା । ଏହି ଅବସରରେ ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତିକରଣ ପାଇଁ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପର ଅଗ୍ରଗତି ବାବଦରେ ସମୀକ୍ଷା କଲି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା