ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୩.୪ ଡ଼ିଗ୍ରୀ ରେକର୍ଡ଼
ଭୁବନେଶ୍ୱର, ୨୩ ଅପ୍ରେଲ (ହି.ସ.)- ଗୁରୁବାର ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ କିମ୍ବା ୪୦ ଡ଼ିଗ୍ରୀ ପାଖାପାଖି ରହିଛି । ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୩.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ସେହିପରି ହିରାକୁଦରେ ୪୩ ଡ଼ିଗ୍ରୀ, ସମ୍ବଲପୁରରେ ୪୨.୬ ଡ଼ିଗ
ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୩.୪ ଡ଼ିଗ୍ରୀ ରେକର୍ଡ଼


ଭୁବନେଶ୍ୱର, ୨୩ ଅପ୍ରେଲ (ହି.ସ.)- ଗୁରୁବାର ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ କିମ୍ବା ୪୦ ଡ଼ିଗ୍ରୀ ପାଖାପାଖି ରହିଛି । ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୩.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।

ସେହିପରି ହିରାକୁଦରେ ୪୩ ଡ଼ିଗ୍ରୀ, ସମ୍ବଲପୁରରେ ୪୨.୬ ଡ଼ିଗ୍ରୀ, ରାଉରକେଲାରେ ୪୨ ଡ଼ିଗ୍ରୀ, ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୧.୮ ଡ଼ିଗ୍ରୀ ରହିଛି ।

ଅନୁରୂପ ଭାବେ କେନ୍ଦୁଝରରେ ୪୦.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୩.୨ ଡ଼ିଗ୍ରୀ, ପୁରୀରେ ୩୨.୮ ଡ଼ିଗ୍ରୀ, ଗୋପାଳପୁରରେ ୩୨.୨ ଡ଼ିଗ୍ରୀ ଏବଂ ପାରାଦୀପରେ ୩୧.୬ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande