
ଭୁବନେଶ୍ୱର, ୨୩ ଅପ୍ରେଲ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟ ଜିଲ୍ଲାର କୋଟପାଡ଼ରେ ସର୍ବାଧିକ ୨୮.୦ ମି.ମି. ବର୍ଷା ରେକର୍ଡ଼଼ର୍ ହୋଇଛି ।
ସେହିପରି ମାଲକାନଗିରି ଜିଲ୍ଲାର ପଡିଆରେ ୮.୨ ମି.ମି., ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର(ପିଟିଓ)ରେ ୬.୨ ମି.ମି., ନବରଙ୍ଗପୁରରେ ୫.୦ ମି.ମି., ଉମରକୋଟରେ ୩.୨ ମି.ମି., କୋରାପୁଟ ଜିଲ୍ଲାର ଜୟପୁରରେ ୧.୨ ମି.ମି., ବୋରିଗୁମ୍ମାରେ ୧.୦ ମି.ମି. ଏବଂ କୋରାପୁଟରେ ୦.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ