
ଗଂଜାମ, 23 ଏପ୍ରିଲ୍ (ହି.ସ.)
ବିଭିନ୍ନ ଜମିଜମା ସଂକ୍ରାନ୍ତ କାଗଜପତ୍ର ବିଭିନ୍ନ ପ୍ରମାଣପତ୍ର ତଥା ସାର୍ଟିଫିକେଟ ଆଣିବାକୁ ପ୍ରତ୍ୟେକ ଦିନ ଶହଶହ ବ୍ୟକ୍ତି ଶେରଗଡ଼ ତହସିଲ ଅଫିସରେ ରୁଣ୍ଡ ହୋଇଥାନ୍ତି। ତେବେ ଏମାନଙ୍କ ପାଇଁ ସେଠାରେ ବସିବାକୁ କିମ୍ବା ଠିଆହୋଇ ଅପେକ୍ଷା କରିବାକୁ ଅପେକ୍ଷା କକ୍ଷଟିଏ ନାହିଁ। ଵାରଣ୍ଡାରେ ୫,୭ଜଣ ଵସିଲା ଭଳି ଚେୟାର ନାମକୁ ମାତ୍ର ପଡ଼ିଛି। ଫ୍ୟାନ ବ୍ୟବସ୍ଥା ମଧ୍ୟ ନାହିଁ। ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ଫଳରେ ଏହି କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେହ ବ୍ୟକ୍ତିମାନେ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛନ୍ତି। ଅଫିସ ବାହାରେ ଥିବା ପଡ଼ିଆରେ ଘଣ୍ଟା ଘଣ୍ଟା ସମୟ
ଖରାରେ ଠିଆ ହୋଇ ଦହଗଞ୍ଜ ହେଉଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଘଟଣାର ଅନୁଧ୍ୟାନ କରି ପ୍ରତିକାର ଵ୍ୟଵସ୍ଥା କରିଵାକୁ ଜନଦାଵି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ