ଗ୍ରୀଷ୍ମରେ ଉତ୍କଟ ପାନୀୟ ଜଳ ସମସ୍ୟା,ଭରସା ଅପରିଷ୍କାର ନାଳପାଣି
ଜୟପୁର, ୨୩ ଏପ୍ରିଲ୍ (ହି.ସ.)- ଅବହେଳିତ ପକନାଗୁଡ଼ା । ସମସ୍ୟା ଭିତରେ ଯୁଝି ହେଉଛନ୍ତି ପକନାଗୁଡ଼ାବାସି । ଶୁଦ୍ଧ ପାନୀୟ ଜଳ ପାଲଟିଛି ସାତ ସପନ । ନାଳ ପାଣି ମେଣ୍ଟଉଛି ଶୋଷ । ଖରାର ପ୍ରକୋପ ବଢୁଥିବାରୁ ଜଳ କଷ୍ଟ ଚିନ୍ତା । ଆବାସ ଯୋଜନାରୁ ବଞ୍ଚିତ ଏକାଧିକ ପରିବାର । ରାସ୍ତା କଥା ଶୁଣିବାକୁ ଆଜି ଯା
ଗ୍ରୀଷ୍ମ ରେ ଉତ୍କଟ ପାନୀୟ ଜଳ ,ଭରସା ଅପରିଷ୍କାର ନାଳପାଣି


ଗ୍ରୀଷ୍ମ ରେ ଉତ୍କଟ ପାନୀୟ ଜଳ ,ଭରସା ଅପରିଷ୍କାର ନାଳପାଣି


ଗ୍ରୀଷ୍ମ ରେ ଉତ୍କଟ ପାନୀୟ ଜଳ ,ଭରସା ଅପରିଷ୍କାର ନାଳପାଣି


ଜୟପୁର, ୨୩ ଏପ୍ରିଲ୍ (ହି.ସ.)- ଅବହେଳିତ ପକନାଗୁଡ଼ା । ସମସ୍ୟା ଭିତରେ ଯୁଝି ହେଉଛନ୍ତି ପକନାଗୁଡ଼ାବାସି । ଶୁଦ୍ଧ ପାନୀୟ ଜଳ ପାଲଟିଛି ସାତ ସପନ । ନାଳ ପାଣି ମେଣ୍ଟଉଛି ଶୋଷ । ଖରାର ପ୍ରକୋପ ବଢୁଥିବାରୁ ଜଳ କଷ୍ଟ ଚିନ୍ତା । ଆବାସ ଯୋଜନାରୁ ବଞ୍ଚିତ ଏକାଧିକ ପରିବାର । ରାସ୍ତା କଥା ଶୁଣିବାକୁ ଆଜି ଯାଏଁ ପହଞ୍ଚି ପାରିନି ପ୍ରଶାସନ ।

ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଆଉଁଳୀ ପଞ୍ଚାୟତର ଉପାନ୍ତ ଗାଁ ପକନାଗୁଡ଼ା । ଏଠାରେ ପ୍ରାୟ ୩୦ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । କିନ୍ତୁ ବିଭିନ୍ନ ସମସ୍ୟା ଭିତରେ ଜୁଝି ହେଉଛନ୍ତି ଗ୍ରାମବାସୀ । ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ଗାଁ ରେ ଥିବା ୨ଟି ନଳକୂଅ ଖରାପ ଯୋଗୁଁ ବାଧ୍ୟ ହୋଇ ନାଳ ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ। ସୁଦ୍ଧ ପାନୀୟ ଜଳ ପାଲଟିଛି ଏହି ଗ୍ରାମବାସୀଙ୍କ ପାଇଁ ସାତ ସପନ । ଏଠି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଫେଲ୍ ମାରିଛି । ଖରା ଦିନ ପୁଣି ନଳକୂପ ଅଚଳ ଯୋଗୁଁ ସ୍ଥିତି ଉତ୍କଟ ହେଲେ ଇନ୍ଦ୍ରାବତୀ ନଦୀ ହିଁ ସାହାଭରସା ବୋଲି କହିଛନ୍ତି ଗ୍ରାମବାସୀ ।

ଏତ ଥିଲା ପାନୀୟ ଜଳ ସମସ୍ୟା ଏହା ବାଦ୍ ବି ରହିଛି ଗାଁ ରେ ଅନେକ ସମସ୍ୟା । ଏକାଧିକ ପରିବାର ଆବାସ ଯୋଜନାରୁ ବଞ୍ଚିତ କାହା ଘର ଉପରେ ପଲିଥିନ ଟଣା ହୋଇଛି ତ କାହାର ଚାଳ ଉଡି ଗଲାଣି । ପୁଣି ଏତିକି ନୁହେଁ ଗାଁରେ ଅନେକ ବୟସ୍କ ଭତା ପାଇବାରୁ ବଞ୍ଚିତ ଅଛନ୍ତି । ରାସ୍ତା ନିର୍ମାଣ ହୋଇ ପାରିନି ଯାହା ଫଳରେ ଉପାନ୍ତ ଗାଁ ଭାବେ ପରିଚିତ ପକନାଗୁଡ଼ାରୁ ଅନେକ ରୋଗୀ ଓ ଗର୍ଭବତୀ ମହିଳା ମାନଙ୍କୁ ଖଟିଆରେ ବୁହା ହୋଇ ୨ କିଲୋମିଟର ନିଆ ଯାଉଛି । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧା ନ ପାଇ ବହୁ ହଇରାଣ ହରକତରେ ଜୀବନ ଜୀବିକା ନିର୍ବାହ କରୁଛନ୍ତି ଗ୍ରାମବାସୀ । ଏହିସବୁ ମୌଳିକ ସୁବିଧା ନ ଥିବାରୁ ଗାଁ ରୁ ବହୁ ପରିବାର ଅନ୍ୟ ଗାଁ କୁ ଯିବାକୁ ବାଧ୍ୟ ହେଉଛନ୍ତି।

ଜଙ୍ଗଲ ଜାତ ଦ୍ରବ୍ୟ ସହିତ ଚାଷବାସ କରି ପରିବାର ପ୍ରତିପୋଷଣ କରୁଛନ୍ତି । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରପଂଚ ଠାରୁ ନେତା ମନ୍ତ୍ରୀ ଅଫିସରଙ୍କୁ ବହୁ ବାର ଗ୍ରାମବାସୀ ଯୋଗାଯୋଗ କରିଛନ୍ତି କିନ୍ତୁ କୌଣସି ସୁଫଳ ମିଳୁନି। ପ୍ରତ୍ଯକ ଦିନ ଗ୍ରାମବାସୀ ସମସ୍ୟା ସହ ଲଢ଼ି ଲଢ଼ି ନୟାନ୍ତ ହୋଇଗଲେଣି ତେଣୁ ତୁରନ୍ତ ପ୍ରଶାସନ ଉକ୍ତ ଗ୍ରାମରେ ପହଁଚି ଗ୍ରାମରେ ଲାଗିରହିଥିବା ସମସ୍ୟା ସମାଧାନ ପାଇଁ ଦାବି ହୋଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande