
ଭୁବନେଶ୍ୱର, 23 ଏପ୍ରିଲ (ହି.ସ)-
ଓଡ଼ିଶା ସିଟି ଗ୍ୟାସ ବିତରଣନୀତି'କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିବା ପରେ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ।ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ
ସ୍ୱଚ୍ଛ ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସିଟି ଗ୍ୟାସ ବିତରଣ ନୀତି'କୁ କ୍ୟାବିନେଟ୍
ମଞ୍ଜୁରୀ ମିଳିବା ଏକ ଯୁଗାନ୍ତକାରୀ ପଦକ୍ଷେପ ।ଏହି ନୀତି ଦ୍ୱାରା ସମଗ୍ର ରାଜ୍ୟରେ ପିଏନଜି ଏବଂ ସିଏନଜି ଭିତ୍ତିଭୂମିର
ସମ୍ପ୍ରସାରଣ ତ୍ୱରାନ୍ୱିତ ହେବ ।ଇଜ୍ ଇଫ୍ ଡୁଇଂ ବିଜନେସ୍ ବୃଦ୍ଧି ପାଇବା ସହ ନିରନ୍ତର ଗ୍ୟାସ ଯୋଗାଣ ସୁନିଶ୍ଚିତ
ହେବ ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ ।
ଏହି ଦୂରଦର୍ଶୀ ନିଷ୍ପତ୍ତି ପାଇଁ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି
କେନ୍ଦ୍ରମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା