
ଜୟପୁର, ୨୪ ଏପ୍ରିଲ୍ (ହି.ସ.)-
ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଶୁଣାଣି କରି ଜୟପୁର ସ୍ଥିତ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି l
ସୂଚନା ଅନୁଯାୟୀ, ୨୦୨୩ ମସିହାରେ କୋଟପାଡ଼ ଥାନା ଅଞ୍ଚଳର ଘଟିଥିବା ନାବାଳିକାକୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଅପହରଣ ଏବଂ ଦୁଷ୍କର୍ମ ମାମଲାରେ ୯ ଜଣ ସାକ୍ଷୀଙ୍କ ସାକ୍ଷ ପ୍ରମାଣକୁ ଭିତ୍ତି କରି ରାୟର ଶୁଣାଣି କରିଛନ୍ତି l ଆଜି ଜୟପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ପୋକ୍ସୋ କୋର୍ଟ ଡ଼କ୍ଟର ସଂଘମିତ୍ରା ଦାଶ ମାମଲାର ଶୁଣାଣି କରିଛନ୍ତି l କୋଟପାଡ଼ ଥାନା ଅନ୍ତର୍ଗତ ଷଡ଼ରଙ୍ଗା ଗ୍ରାମର ବିତ୍ୟା ପୂଜାରୀକୁ ଭାରତୀୟ ପିଙ୍ଗଳ କୋଡ଼ ବିଭିନ୍ନ ଧାରାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୫ ହଜାର ଜୋରିମାନାରେ ଦଣ୍ଡିତ କରିଛନ୍ତି l ଜୋରିମାନା ଟଙ୍କା ଅନାଦେୟ ହେଲେ ଦୋଷୀକୁ ୧୫ ମାସ ଅଧିକା ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଦର୍ଶାଇଛନ୍ତି l ଆଦାୟ ଜୋରିମାନା ଟଙ୍କା ସହ ସରକାରଙ୍କ ତରଫରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରୁ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ନିର୍ଦେଶ ଦେଇଛନ୍ତି l
ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ପି. ସନ୍ୟାସୀ ରାଓ ମାମଲା ପରିଚାଳନା କରୁଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି