
ବଲାଙ୍ଗିର, ୨୪ ଅପ୍ରେଲ (ହି.ସ.)- ରାଜ୍ୟ ସ୍ତରିୟ ପଂଚାୟତରାଜ ଦିବସ ପାଳନ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଲାଙ୍ଗିର ଗସ୍ତର କାର୍ଯ୍ୟକ୍ରମ ରହିଛି । ଗାନ୍ଧି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପଂଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ସେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବାକୁ ବିଭିନ୍ନ ରାଜନୈତିକ ଦଳ ବିଶେଷ କରି ବିରୋଧି ଦଳ ମାନଙ୍କର ୩୦ରୁ ଅଧିକ କାର୍ଯ୍ୟକର୍ତାଙ୍କୁ ପୋଲିସ ଅଟକ ରଖିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ