ଜଙ୍ଗଲ ଭିତରେ ବଂଚିବାର ରାହା ଦେଖୁଛି ୭୦ବର୍ଷୀୟ ବୃଦ୍ଧା ସମ୍ବାରି ମାଝୀ ପରିଣତ ବୟସରେ ମଧ୍ୟ ସବୁ ସରକାରୀ ଯୋଜନାରୁ ବଂଚିତ
ମୁଖୀଗୁଡା,୨୪ ଏପ୍ରିଲ (ହି.ସ ) - ପଂଚାୟତରାଜ ଦିବସରେ ଅଧିକାରୀ ମାନେ ବକ୍ତବ୍ୟ ଦେଲେ ସରକାରଙ୍କ ଅନେକ ଯୋଜନା ଅଛି ଜନ ସାଧାରଣ ତାର ଫାଇଦା ଉଠାଇବା ଦରକାର । ଦରକାର ପଡିଲେ ଆମେ ସହଯୋଗ ଜରିବୁ ବୋଲି କହିଲେ । ହେଲେ ଏହି କଥାଟି କେବଳ ଭାଷଣ ରେ ସୀମିତ ରହିଯାଉଛି ଏବେ ବି ଲୋକ ଅଛନ୍ତି ସେମାନେ ବୃଦ୍ଧ ଅ
ସମ୍ବାରି


ମୁଖୀଗୁଡା,୨୪ ଏପ୍ରିଲ (ହି.ସ ) - ପଂଚାୟତରାଜ ଦିବସରେ ଅଧିକାରୀ ମାନେ ବକ୍ତବ୍ୟ ଦେଲେ ସରକାରଙ୍କ ଅନେକ ଯୋଜନା ଅଛି ଜନ ସାଧାରଣ ତାର ଫାଇଦା ଉଠାଇବା ଦରକାର । ଦରକାର ପଡିଲେ ଆମେ ସହଯୋଗ ଜରିବୁ ବୋଲି କହିଲେ । ହେଲେ ଏହି କଥାଟି କେବଳ ଭାଷଣ ରେ ସୀମିତ ରହିଯାଉଛି ଏବେ ବି ଲୋକ ଅଛନ୍ତି ସେମାନେ ବୃଦ୍ଧ ଅବସ୍ଥାରେ ଉପନୀତ ହୋଇ ଥିଲେ ହେଁ ସରକାରୀ ଯୋଜନାରୁ ବଂଚିତ ରହିଛନ୍ତି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଁଳାଭଟା ପଂଚାୟତ ଦୁର୍ଗମ ଅଂଚଳରେ ଥିବା କର୍ଲାକୋଟ ଗ୍ରାମର ବିଧବା ସମ୍ବାରି ମାଝୀ (୭୦) ସବୁ ଯୋଜନାରୁ ବଛିନ୍ତ ଥିବା ଅଭିଯୋଗ ହେଉଛି । ତାଙ୍କ ପାଖରେ ନା ଅଛି ଆଧାରକାର୍ଡ ନା ରହିଛି ଭୋଟର କାର୍ଡ । ସେଥିପାଇଁ ସେ ସବୁ ଯୋଜନାରୁ ବଂଚିତ ରହି ଥିବା ପ୍ରକାଶ କରିଛନ୍ତି ।ସମ୍ବାରି ଅଁଳାଭଟା ପଂଚାୟତର ଦାବରୀଘାଟି ଗ୍ରାମର ଜଏସିଂ ମାଝୀ କୁ ବିବାହ କରିଥିଲେ ତାଙ୍କର ଝିଅଟିଏ ମଧ୍ୟ ଥିଲେ । ସ୍ୱାମୀ ସହ ମନାନ୍ତର ହୋଇ ନିଜ ବାପ ଘର ଗାଁ କର୍ଲାକୋଟ ଗ୍ରାମକୁ ପ୍ରାୟ ୪୦ ବର୍ଷ ତଳେ ଫେରି ଆସିଥିଲେ ଆଉ ସେ ଦାବରୀଘାଟି ନିଜ ସ୍ୱାମୀଙ୍କ ଗାଁକୁ ଯାଇ ନାହାନ୍ତି । ଏବେ ବଡ଼ ଭାଇ ଦାଉ ମାଝୀଙ୍କ ନିକଟରେ ରହୁଛନ୍ତି । ବଡ଼ ଭାଇକୁ ଭତା ମିଳୁଥିବା ବେଳେ ସମ୍ବାରିକୁ ଚାଉଳ, ଭତା, ଘରଟିଏ ମଧ୍ୟ ମିଲି ନାହିଁ ।ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ଜଙ୍ଗଳର ପତ୍ର, ଫଳ ,ମୂଳ ସଂଗ୍ରହ କରି ବିକ୍ରୀ କରି ଚଳୁଥିବା ପ୍ରକାଶ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ସରକାରୀ ବାବୁ ମାନେ ଭତା, ଆବାସ ଯୋଜନା, ରେସନ କାର୍ଡ ପାଇଁ ଘର ଘର ବୁଲି ସର୍ଭେ କରୁଛନ୍ତି ହେଲେ ଏହି ଆଦିବାସୀ ଅସହାୟ ବିଧବା ମହିଲାଙ୍କ ପ୍ରତି କିପରି ଦୃଷ୍ଟି ପଡିନାହିଁ ।ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନଥିବା,ଭାଇ ଘରେ ରହୁ ଥିବା ସମ୍ବାରିଙ୍କ ପ୍ରତି ପ୍ରଶାସନର କେବେ ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande