ଜନଗଣନା ୨୦୨୭ ପାଇଁ ସଚେତନତା
କେନ୍ଦ୍ରାପଡ଼ା, ୨୪ ଏପ୍ରିଲ୍(ହି.ସ.) – ଜନଗଣନା ୨୦୨୭ ପାଇଁ ସଚେତନତା ଓ ଜାଗୃକତା ସୃଷ୍ଟି ସହ ଚାଲିଥିବା ଜନଗଣନା ୨୦୨୭ କୁ ସୁଚାରୁ ଓ ସଫଳତାର ସହିତ ସମ୍ପନ୍ନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସଚେତନତା ଓ ଜାଗୃକତା ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସ୍ଥିତ
---------------ପ୍ରେସ ବିଜ୍ଞପ୍ତି, ଜନଗଣନା ୨୦୨୭ ପାଇଁ ସଚେତନତା


କେନ୍ଦ୍ରାପଡ଼ା, ୨୪ ଏପ୍ରିଲ୍(ହି.ସ.) – ଜନଗଣନା ୨୦୨୭ ପାଇଁ ସଚେତନତା ଓ ଜାଗୃକତା ସୃଷ୍ଟି ସହ ଚାଲିଥିବା ଜନଗଣନା ୨୦୨୭ କୁ ସୁଚାରୁ ଓ ସଫଳତାର ସହିତ ସମ୍ପନ୍ନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସଚେତନତା ଓ ଜାଗୃକତା ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସ୍ଥିତ ଓସ୍ୱାନ ହଲଠାରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ନବକ୍ରିଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜନଗଣନାର ଗୁରୁତ୍ୱ, ଏହାର ଉଦ୍ଦେଶ୍ୟ ଓ ପ୍ରକ୍ରିୟା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଉଲ୍ଲେଖ କରିଥିଲେ ଯେ, ଜନଗଣନା ଦେଶର ଯୋଜନାମୂଳକ ଉନ୍ନତି ପାଇଁ ଏକ ମୂଳ ଭିତି ତଥ୍ୟ ଯୋଗାଇଥାଏ, ଯାହା ଉପରେ ଆଗାମୀ ନୀତି ନିର୍ଦ୍ଧାରଣ କରାଯାଇଥାଏ ଜ୍ଝ ସେହିପରି ସଠିକ ଓ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ଅତ୍ୟନ୍ତ ଆବଶ୍ୟକ। ଅତିରିକ୍ତ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ, କ୍ଷେତ୍ର ସ୍ତରର କର୍ମଚାରୀ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନିଜ ନିଜ ଅଂଚଳରେ ବ୍ୟାପକ ସଚେତନତା କାର୍ୟ୍ୟକ୍ରମ ଚାଲାଇବାକୁ ପରାମର୍ଶ ଦେଇଥିଲେ। ସାଧାରଣ ଲୋକଙ୍କୁ ଜନଗଣନାର ଗୁରୁତ୍ୱ, ତାଙ୍କର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରିବା ସହିତ ସଠିକ ତଥ୍ୟ ଯୋଗାଇବାକୁ ପ୍ରୋତ୍ସାହନ ଦେବା ଉପରେ ବିଶେଷ ଜୋର ଦିଆଯାଇଥିଲା। ଏହାସହିତ ଜନଗଣନା ଅଧିକାରୀ ମାନେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେଇ କାର୍ୟ୍ୟ କରିବେ ସେଥିପ୍ରତି ବିସ୍ତୃତ ଆଲୋଚନା ହୋଇଥିଲା ଜ୍ଝ ଆଜିର ବୈଠକରେ ଅନଲାଇନ ମାଧ୍ୟମରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ପୌରାଂଚଳର ବିଡ଼ିଓ, ତହସିଲଦାର, ପୌରାଧିକାରୀ ସମେତ ଜନପ୍ରତିନିଧି ଏବଂ ବିଭିନ୍ନ ବର୍ଗର ଜନସାଧାରଣ ଯୋଗଦେଇଥିଲେ ଜ୍ଝ ବୈଠକରେ ସଚେତନତା ଓ ଜାଗୃକତା କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ମୋଡାଲିଟି ଓ କାର୍ୟ୍ୟାପନ୍ଥା ତିଆରି କରାଯାଇଥିଲା। ସମସ୍ତ ବିଭାଗଙ୍କ ମଧ୍ୟରେ ସମନ୍ୱୟ ରଖି କାର୍ୟ୍ୟକ୍ରମକୁ ତୃଣମୂଳ ସ୍ତରରେ ପ୍ରଭାବଶାଳୀ ଭାବେ ରୂପାୟଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ମୁଖ୍ୟାଳୟରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ମୁନିସିପାଲିଟି ଅଧ୍ୟକ୍ଷା ସରିତା ସାହୁ,କେନ୍ଦ୍ରାପଡ଼ା ତହସିଲଦାର କୁଇନି ଜେନା,ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା,ଡେପୁଟି କଲେକ୍ଟର ସରୋଜ କୁମାର ବେହେରା ଏବଂ ସୁଭଦର୍ଶିନୀ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ଜ୍ଝଜିଲ୍ଲା ପ୍ରଶାସନ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ଯେ, ସମସ୍ତଙ୍କ ସକ୍ରିୟ ସହଭାଗିତା ଓ ସହଯୋଗରେ ଜନଗଣନା ୨୦୨୭ କୁ ସଫଳତାର ସହିତ ସମାପନ କରାଯିବ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande