
ଗଞ୍ଜାମ, ୨୪ ଏପ୍ରିଲ୍ (ହି.ସ.)- ଗତକାଲି ରାତିରେ ଭୋଜିଖାଇ ବାଇକରେ ଫେରୁଥିବା ଵେଳେ ତରେଇଗୁଞ୍ଜ ଗ୍ରାମର ରାଜୁ ବେହେରା ସୋରଡା ନିକଟରେ ଥିବା ଗୋଟିଏ ଗଛରେ ପିଟି ହେବା ଫଳରେ ଘଟଣାସ୍ଥଳରେ ରାଜୁଙ୍କ ମୃତ୍ଯୁ ଘଟିଛି। ତାଙ୍କ ପଛରେ ଵସିଆସୁଥିଵା ଅନାଦି ବେହରା ଗୁରୁତର ଆହତ ହୋଇଛନ୍ତି। ରାଜୁଙ୍କ ଶବ ପୋଷ୍ଟମର୍ଟମ ପାଇଁ ସୋରଡା ପୁଲିସ ଡାକ୍ତରଖାନାକୁ ପଠାଇବା ସହ ଗୁରୁତର ଆହତ ଅନାଦୀକୁ ବ୍ରହ୍ମପୁର ଵଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ