ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ
ଜୟପୁର, ୨୪ ଏପ୍ରିଲ୍ (ହି.ସ.)- ହରଡ଼।ପୁଟ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ମିସ୍ ପ୍ରମିଳା ପୂଜାରୀ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାରେ ଭାଗ ନେଇଥିବା ଓ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ର।ର୍ଥନା ସଭା କାର୍ଯ୍ୟକ୍ରମର ପରିସମପ୍ତି ପରେ ପ
ଛାତ୍ର ଛତ୍ରୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ


ଜୟପୁର, ୨୪ ଏପ୍ରିଲ୍ (ହି.ସ.)- ହରଡ଼।ପୁଟ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ମିସ୍ ପ୍ରମିଳା ପୂଜାରୀ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାରେ ଭାଗ ନେଇଥିବା ଓ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ର।ର୍ଥନା ସଭା କାର୍ଯ୍ୟକ୍ରମର ପରିସମପ୍ତି ପରେ ପ୍ରମାଣ ପତ୍ର ପ୍ରଦାନ କରାଗଲା । ଉକ୍ତ କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେ ଜୟପୁର ହିନ୍ଦୁ ସମାଜର ସଭାପତି ନିରଞ୍ଜନ ପାଣିଗ୍ରାହି, ବୟଜ୍ୟୋଷ୍ଠ କାର୍ଯ୍ୟକର୍ତ୍ତା ଯୋଗେଶ୍ବରି ପାଣିଗ୍ରାହି ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଜୀବନରେ କୌଣସି ଭୁଲ ନ କରିବା, ଦୂର୍ଗୁଣ ପରିତ୍ୟାଗ କରିବା, ମାତା ପିତାଙ୍କ ପ୍ରତି ଆମ କର୍ତ୍ତବ୍ୟ ଛାତ୍ର ଜୀବନରେ ଶୃଙ୍ଖଳା, ବିଷୟକୁ ଆଲୋକପାତ ଓ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିପିନ୍ ମହାରଣା, ମାଲା ବେହୁରା, ଶେଷଦେବ ସାହୁ,ବିଜୟଲକ୍ଷ୍ମୀ ମାଝୀ, ରିତେଶ ରଞ୍ଜନ ସ୍ବାଇଁ, ପ୍ରମିଳା ଦଲେଇ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l ସହଯୋଗୀଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ପ୍ରୋତ୍ସାହିତ କରାଯାଇଥିଲା । ଏହାପରେ ବଡ଼କ।ଉଡ଼ି ଗ୍ରାମ ଠାରେ ୨୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦ୍ଦେଶ୍ୟରେ ତ୍ରିନାଥମନ୍ଦିର ଠାରେ ଏକ ଦୀପ ମହାଯଜ୍ଞ ଆୟୋଜନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମା ଭଗବତୀ ମହିଳା ମଣ୍ଡଳ ୧୦ ଜଣିଆ କମିଟି ଗଠନ କରାଗଲା l ଯାହାର ପରିଚାଳନା କରିଥିଲେ ଗାୟତ୍ରୀ ପରିବାର ଜିଲ୍ଲା କୋର୍ଡିନେଟର୍ ସୁଶ୍ରୀ ରତୁମ୍ବର ପାତ୍ର, ସପ୍ତଶୁତ୍ରି କାର୍ଯ୍ୟକ୍ରମ ପ୍ରମୁଖ ନିରଞ୍ଜନ ପାଣିଗ୍ରାହି, ରଶ୍ମିତା ସଏ, ସାଗର ବିଶ୍ଵାଳ, ମିଲି ଭଉଣୀ, ସତ୍ୟ ନାରାୟଣ ପାତ୍ର ପ୍ରମୁଖ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande