ସମବାୟ ବିଭାଗ କମିଶନର ତଥା ଶାସନ ସଚିବଙ୍କ ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ ପ୍ରକଳ୍ପର କଲେ ସମୀକ୍ଷା
କେନ୍ଦୁଝର, ୨୪ ଏପ୍ରିଲ୍(ହି.ସ.) – ସ୍ୱତନ୍ତ୍ର ରିଲିଫ କମିଶନର ତଥା ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଜନହିତକର ଯୋଜନା ଓ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବା
Cooperative commission


କେନ୍ଦୁଝର, ୨୪ ଏପ୍ରିଲ୍(ହି.ସ.) – ସ୍ୱତନ୍ତ୍ର ରିଲିଫ କମିଶନର ତଥା ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଜନହିତକର ଯୋଜନା ଓ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲଠାରେ ସମସ୍ତ ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆୟୋଜିତ ଏକ ବୈଠକରେ ଜିଲ୍ଲାରେ ଚାଲିଥିବା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ପାନୀୟ ଜଳ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଚାଲିଥିବା କାର୍ଯ୍ୟକୁ ସେ ତଦାରଖ କରିଥିଲେ। ସୂଚନାଯୋଗ୍ୟ ଶ୍ରୀ ପାଟିଲ ଏପ୍ରିଲ ୨୩ ତାରିଖରେ ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ବୀରଗୋବିନ୍ଦପୁରରେ ଜଳ ବିଶୋଧନାଗାରର ଯାଂଚ ସହିତ ତାଙ୍କର ଗସ୍ତ ଆରମ୍ଭ କରିଥିଲେ। ପରେ ସେ ବକ୍ସିବାରିଗାଁରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମର୍ôଥତ ଉଦ୍ୟମୀ କାର୍ଯ୍ୟକ୍ରମର କ୍ଷେତ୍ର ପରିଦର୍ଶନ କରିଥିଲେ।

ସେହିପରି ଦ୍ୱିତୀୟ ଦିନରେ କେନ୍ଦୁଝର ସଦର ବ୍ଲକ ଚକରେ ଏକ ଅଙ୍ଗନୱାଡି କେନ୍ଦ୍ର, କୁଆଁର ଠାରେ ଅବସ୍ଥିତ ଏକ କଫି ବଗିଚା, କାଞ୍ଜିପାଣିରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ବାଳିକା ବିଦ୍ୟାଳୟ, ବାଂଶପାଳ ଆଇଟିଆଇ ଗସ୍ତ କରିଥିଲେ।

ପରିଦର୍ଶନ ସମୟରେ, ଶ୍ରୀ ପାଟିଲ ବିଭିନ୍ନ ଯୋଜନାର ପ୍ରଭାବ, ବିଶେଷକରି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବ ମୂଲ୍ୟାଙ୍କନ କରିବା ପାଇଁ ହିତାଧିକାରୀ, ସ୍ଥାନୀୟ ବାସିନ୍ଦା ଏବଂ କ୍ଷେତ୍ର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

ସେହିଭଳି ଦରବାର ହଲରେ ଅନୁଷ୍ଠିତ ବୈଠକରେ ଶ୍ରୀ ପାଟିଲ ସମସ୍ତ ଅଧିକାରୀଙ୍କୁ ଗୁଣାତ୍ମକ କାର୍ଯ୍ୟାନ୍ୱୟନ, ପ୍ରକଳ୍ପଗୁଡ଼ିକର ସମୟସୀମା ମଧ୍ୟରେ ସମାପ୍ତି ଏବଂ ସେଗୁଡିକର ପ୍ରଭାବକୁ ସର୍ବାଧିକ କରିବା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲାପାଳ ବିଶାଲ ସିଂହ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୀନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ମନ୍ଦରଧର ମହାଳିକ, ଜିଲ୍ଲା ପରିଷଦ କେନ୍ଦୁଝରର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ କୁମାର ମାଝୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande