
କେନ୍ଦ୍ରାପଡ଼ା, ୨୪ ଏପ୍ରିଲ୍(ହି.ସ.) – ପ୍ରବଳ ଗ୍ରୀଷ୍ମ ଓ ତାତିର ପ୍ରଭାବରୁ ପୃଥିବୀ ପୃଷ୍ଠରେ ତାପମାତ୍ରାକୁ ସନ୍ତୁଳିତ ରଖିବାରେ ଅଶ୍ୱସ୍ତ ଗଛର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ପରିବେଶରେ ଜଳବାୟୁର ଉତାପକୁ ନିୟନ୍ତ୍ରଣ କରିବା ପାଇଁ ବିକଶିତ ରାଷ୍ଟ୍ର ଗଠନରେ ସହଯୋଗ ପାଇଁ ପ୍ରୟାସରତ କୁଶିଆପାଳ ଓ ଗୁଆଳସିହ ଗ୍ରା. ପ. ମଧ୍ୟରେ ଅବସ୍ଥିତ ଓ ପ୍ରକୃତି ମିତ୍ର ଦି ଇନଷ୍ଟିଚ୍ୟୁଟ ଅଫ୍ ଟୋଟାଲ ଫିଟନେସ ଆଣ୍ଡ ମ୍ୟାନେଜମେଂଟ ତରଫରୁ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପରିଚାଳକ ସୁବାଦାର ମେଜର ବ୍ରଜ କିଶୋର ସାହୁଙ୍କ ପ୍ରୟାସରେ ଆଜି ସ୍ଥାନୀୟ ଫିଟନେସ ପାର୍କରେ ଅଶ୍ୱସ୍ତ ଗଛ ରୋପଣ କରାଯାଇଥିଲା। ଏହି ଅନନ୍ୟ କାର୍ଯ୍ୟକ୍ରମରେ ପ୍ରତିଷ୍ଠାତାଙ୍କ ସହିତ ସ୍ୱେଚ୍ଛାସେବୀ ସମରେନ୍ଦ୍ର ଦାସ, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ବେହେରା ଓ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଗ୍ରହର ସହିତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥିଲେ। ଶ୍ରୀମତୀ ବେହେରା ଓ ଶ୍ରୀ ଦାସ ସନ୍ତୁଳିତ ପରିବେଶ ପାଇଁ ଅଶ୍ୱସ୍ତ ଗଛର ଗୁରୁତ୍ୱ ବିଷୟରେ ଉପସ୍ଥିତ ପିଲାମାନଙ୍କୁ ନିଜ ନିଜର ସମ୍ବୋଧନରେ କହିଥିଲେ। ଏହି କାର୍ଯ୍ୟକ୍ରମକୁ ଦିଲିପ କୁମାର ବେହେରା ଓ ଶଶି ପ୍ରସାଦ ମହାରଣା ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି