
ଝାରସୁଗୁଡ଼ା, ୨୪ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ବିଡ଼ିଓ ଅଶୋକ କୁମାର ମାଝୀ, ବିଧାୟକ ପ୍ରତିନିଧି ରାଜେଶ କୁମାର ଦାଶ ଓ ସାଂସଦ ପ୍ରତିନିଧି ସମରେନ୍ଦ୍ର ରାଏ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା ସମଲେଶ୍ଵରୀଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ଏହି ଉତ୍ସବରେ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ବିନିଯୋଗରେ କେଲେଣ୍ଡାମାଲ ପଞ୍ଚାୟତର ସରପଞ୍ଚ ସୁଶ୍ରିତା ନାଏକ ଓ ପିଇଓ ରାଜେଶ ପାଢ଼ୀ, ରାଜ୍ୟ ପଞ୍ଚଅର୍ଥ କମିଶନ ବିନିଯୋଗରେ କୁଲିହାମାଲ ପଞ୍ଚାୟତର ସରପଞ୍ଚ ବିନୋଦିନୀ ପଟେଲ ଓ ପିଇଓ ରାଜେଶ ପାଢ଼ୀ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିବାରେ ପରମାଣପୁର ପଞ୍ଚାୟତର ସରପଞ୍ଚ ଜାହ୍ନବୀ ପ୍ରଧାନ ଓ ପିଇଓ ଓକିଲ ପ୍ରଧାନ, ଅନ୍ତର୍ଜାତୀୟ ମାନକରଣ ଓ ଅନ୍ତୋଦୟ ଗୃହ ଯୋଜନାରେ ସମାସିଂହା ଗ୍ରାମପଂଚାୟତର ପିଇଓ ତରଣିସେନ ପ୍ରଧାନଙ୍କୁ ଉପଢ଼ୌକନ, ମାନପତ୍ର ଓ ଉତ୍ତରୀୟ ଦେଇ ଅତିଥି ବୃନ୍ଦ ସମ୍ମାନିତ କରିଥିଲେ l ସଭା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭାଷଣକୁ ସିଧାସଳଖ ପ୍ରସାରଣ କରାଯାଇଥିଲା l ଗ୍ରାମ୍ୟ ଜଳଯୋଗାଣ ବିଭାଗ ଏଇ ରଞ୍ଜିତାବାଲା ଦାଶ ମଞ୍ଚ ପରିଚାଳନା କରିଥିଲେ l
ଏହି ଉତ୍ସବରେ ଏବିଡିଓ ରାଜେଶ ରୋଶନ ଗୁଡ଼ିଆ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ରଞ୍ଜିତ ପ୍ରଧାନ, ସରପଞ୍ଚ ଚନ୍ଦନ ପଟ୍ଟନାୟକ, ରଞ୍ଜନ ସରାଫ, ତିଳୋତ୍ତମା ଛଛାନ, ସମିତିସଭ୍ୟ ସନ୍ତୋଷ ପଟେଲ, ପାର୍ବତୀ ମହାନନ୍ଦ, ବୃନ୍ଦାବନ ନାଏକ ପ୍ରମୁଖଙ୍କ ସହ ସମସ୍ତ ସରପଞ୍ଚ, ସମିତିସଭ୍ୟ, ନିର୍ବାଚିତ ପ୍ରତିନିଧି, ମହିଳା ଏସଏଚଜି ସଦସ୍ୟା, ଜନସାଧାରଣ, ବ୍ଲକ କାର୍ଯ୍ୟଳୟର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ