
କେନ୍ଦୁଝର, ୨୪ ଏପ୍ରିଲ୍ (ହି.ସ.)-
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିବରେଇ ମଣ୍ଡଳରେ ଆଜି ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ମହାଅଭିଯାନ ପ୍ରଶିକ୍ଷଣ ଶିବିର, ଧନୁର୍ଯୟପୁର ପଞ୍ଚାୟତ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମହେଶ୍ଵର ସାହୁ, ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।
ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମହେଶ୍ଵର ସାହୁ ଏହି ପ୍ରଶିକ୍ଷଣ ଶିବିରରେ ବିଜେପି ଇତିହାସ ଓ ବିକାଶ ଉପରେ ଆଲୋଚନା କରିଥିଲେ । ଜନ ସଂଘରୁ ବିଜେପି ଦୀର୍ଘ ୭୬ ବର୍ଷର ରାଜନୈତିକ ଇତିହାସ ଉପରେ ଆଲୋକପାତ କରିଥିଲେ। ବିଜେପି ସଂଗଠନକୁ ସର୍ବ ବ୍ୟାପୀ କରିବା ପାଇଁ ସମସ୍ତେ କାର୍ଯ୍ୟକର୍ତ୍ତା ମାନେ କାମ କରିବା ପାଇଁ ଆହ୍ବାନ ଦେଇଥିଲେ।
ପ୍ରଶିକ୍ଷଣ ଶିବିରରେ ଆନନ୍ଦପୁର ମୁନିସିପାଲିଟିର ପୂର୍ବତନ ନଗରପାଳ ରାମଚନ୍ଦ୍ର ସାହୁ ଓ ଘସିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶମ୍ଭୁନାଥ ରାଉତ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ। ବାଲିବରେଇ ମଣ୍ଡଳର ବିଜେପି ସଭାପତି ଶ୍ରୀମତୀ ଟିକି କିସ୍କୁ ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ।
ଏହି ପ୍ରଶିକ୍ଷଣ ଶିବିରରେ ବିଜେପିର ବରିଷ୍ଠ ନେତା ବିବେକାନନ୍ଦ ରାଉତ, ଉଜଳ କୁମାର ବେହେରା, ସତ୍ୟଜିତ ବେହେରା, ବୈଲୋଚନ ନାୟକ, ରାଜେନ୍ଦ୍ର କୁମାର ରାଉତ, ନାରାୟଣ ସାମଲ, ଶ୍ରୀମତୀ ମଧୁସ୍ମିତା ଜେନା, ଆରତି ସାହୁ, ଶ୍ଵେତପଦ୍ମା ନାୟକ, ଉଷାରାଣୀ ସାହୁ, ଶିଳି ନାୟକ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଏବଂ ଶତାଧିକ କାର୍ଯ୍ୟକର୍ତା ଯୋଗଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA