



ସମ୍ବଲପୁର, ୨୪ ଏପ୍ରିଲ୍ (ହି.ସ.)- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଲେଇଗଡ କୁଡାପଡାର 'ଗାଁ ପ୍ରକୃତି ବନ୍ଧୁ' ସରୋଜ ମେହେର ପ୍ରକୃତି ପାଇଁ ସବୁ ବେଳେ କାମ କରି ଆସୁଛନ୍ତି । ପରିବେଶ ପାଇଁ ଗଛ, ଜଙ୍ଗଲରେ ବସବାସ କରୁଥିବା ପକ୍ଷୀଙ୍କ ପାଇଁ ଜଳଛତ୍ର, ପରିବେଶର ଜୀବଜନ୍ତୁଙ୍କୁ କ୍ଷତି ନକରି ଫସଲ ଜଗିଛି । କାଚ ବୋତଲ ନୂଆ ନୂଆ ଉପାୟ ସୃଷ୍ଟି କରି ପରିବେଶକୁ ତଥା ପରିବେଶରେ ବାସ କରୁଥିବା ଜୀବଜନ୍ତୁ ସୁରକ୍ଷା ରଖିବା ପାଇଁ ସବୁ ବେଳେ ଯୁଦ୍ଧ କରି ଆସୁଛନ୍ତି ସେହିପରି ଏବେ ଗ୍ରୀଷ୍ମ ସମୟରେ ବହୁ ମାତ୍ରାରେ ଦୋକାନ ବଜାରରେ ପାଣି ବୋତଳ ଥଣ୍ଡା ବୋତଲ ବିକ୍ରି ଚାଲିଛି ଲୋକମାନେ ପର୍ଯ୍ୟଟନ ସ୍ଥଳ, ମନ୍ଦିର ପରିସର, ସମୁଦ୍ର ପାଖରେ ପିଇ ସେହି ପ୍ଲାଷ୍ଟିକ ବୋତଲକୁ ପୋଫଡି ଦେଉଛନ୍ତି ସେଇ ପ୍ଲାଷ୍ଟିକ ବୋତଲ ପରିବେଶ ତଥା ସମାଜ ପାଇଁ କ୍ଷତିକାରକ । ଏହି ପ୍ଲାଷ୍ଟିକ ଖାଇ ବିଭିନ୍ନ ସମୟରେ ଗାଈଗୋରୁ ମରିଯାଉଛନ୍ତି । ସେହିପରି ମଣିଷ ମାନଙ୍କୁ ବିଭିନ୍ନ ରୋଗ ଆକ୍ରମଣ କରୁଛି । ଏବେ ଗ୍ରୀଷ୍ମ ସମୟରେ ଅଧିକ ଭାବରେ ପ୍ଲାଷ୍ଟିକ ବୋତଲ ଛୁଆ ଠାରୁ ବୁଢା ଯାଏ ବ୍ୟବହାର କରୁଛନ୍ତି । ଏହି ପ୍ଲାଷ୍ଟିକ ବୋତଲ ନଳା ନର୍ଦ୍ଦମା ଠୁ ଆରମ୍ଭ କରି ଖେଳ ପଡିଆରେ ପଡ଼ି ବର୍ଷବର୍ଷ ଧରି ପରିବେଶ ନଷ୍ଟ କରୁଛି । ଏହି ପ୍ଲାଷ୍ଟିକ ଆବର୍ଜନା ନଷ୍ଟ ହେବାପାଇଁ ସର୍ବନିମ୍ନ ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଲାଗିଥାଏ । ପ୍ଲାଷ୍ଟିକ ବ୍ୟବହାର ଦିନକୁ ଦିନ ବଢି ବଢି ଚାଲିଛି । ତାକୁ ଲକ୍ଷ୍ୟ କରି ପ୍ରକୃତି ବନ୍ଧୁ ସରୋଜ ମେହେର ୧ ଲିଟର ଓ ୨ ଲିଟର ପାଣି ବୋତଲ ବିଭିନ୍ନ ସ୍ଥାନରୁ ସଂଗ୍ରହ କରୁଛନ୍ତି ସମାଜ ଓ ପରିବେଶକୁ ସୁସ୍ଥ ରଖିବା ପାଇଁ ତାଙ୍କର ଚେଷ୍ଟା ଲାଗି ରହିଛି । ଏହି ପ୍ଲାଷ୍ଟିକକୁ ସମାଜରେ କମ୍ କରିବାକୁ ହେଲେ ପ୍ଲାଷ୍ଟିକ କମ୍ ବ୍ୟବହାର କରିବାକୁ ହେବ । ତା' ସହିତ ଯାହା ପ୍ଲାଷ୍ଟିକ ବୋତଲ ଆଣୁଛୁ ତାହାକୁ ଯଦି ଘରର ଉପକରଣରେ ସିମୀତ ରଖି ଛୋଟ ଛୋଟ ଖେଳନା ତିଆରି କରିବା ଓ ବୋତଲରେ ଗଛ ଲଗାଇବା ଭଳି କାର୍ଯ୍ୟରେ ବିନିଯୋଗ କରନ୍ତେ ଏବଂ ଅଦରକାରୀ ପ୍ଲାଷ୍ଟିକକୁ ସଂଗ୍ରହ କରି ପୋଡିଦେବା ତେବେ ପରିବେଶ ନିଶ୍ଚିନ୍ତ ସୁଧୁରି ପାରିବ । ଏଥିପ୍ରତି ପ୍ରତ୍ୟେକ ସ୍ତରରେ ସଚେତନ ରହିବା ସହ ଏ ଦିଗରେ ସଠିକ୍ ଉଦ୍ୟମ କରାଯାଇପାରିଲେ ଆଗାମୀ ଦିନରେ ନିଶ୍ଚିତ ଜନଜୀବନ ସୁଧୁରି ପାରନ୍ତା ବୋଲି ପ୍ରକୃତି ବନ୍ଧୁ ଆହ୍ବାନ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ