
ଗଞ୍ଜାମ, ୨୪ ଏପ୍ରିଲ୍ (ହି.ସ.)- ଗତ ସାଧାରଣ ନିର୍ବାଚନ ପରଠାରୁ ଏଠାରେ ରାଜନୈତିକ ଶିଥିଳତା ଲାଗି ରହିଥିବା ବେଳେ ବର୍ତ୍ତମାନ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ଦଳର ନେତୃବୃନ୍ଦ ସକ୍ରିୟ ହୋଇ ଜନସାଧାରଣଙ୍କ ନିକଟତର ହେଵାରେ ଲାଗିଛନ୍ତି। ଗ୍ରାମାଞ୍ଚଳରେ ସରକାରଙ୍କ କୌଣସି ଉନ୍ନତିମୂଳକ କାର୍ଯ୍ୟକ୍ରମ ହେଉନଥିବାରୁ ଲୋକେ ରାଜନୈତିକ ଦଳମାନଙ୍କ ପ୍ରତି ବିମୁଖ ହୋଇପଡିଛନ୍ତି। ତେବେ ଆଜିଠାରୁ ଭୋଟର ତଥା ଲୋକ ମାନଙ୍କୁ ଆପଣାର କରି ରଖିବା ପାଇଁ ବିଭିନ୍ନ ଦଳର ନେତୃବୃନ୍ଦ ବିଭିନ୍ନ ଗାଁ କୁ ଯାଇ ମଠମନ୍ଦିର ପ୍ରତିଷ୍ଠା ଉତ୍ସଵରେ ଯୋଗଦେଵା, ଯାତ୍ରା ନାଟକ, କ୍ରିକେଟ ଓ ଭଲିବଲ ପ୍ରତିଯୋଗୀତାମାନ କରାଇ ଦକ୍ଷିଣା ଦେବା ମଧ୍ୟ ଆରମ୍ଭ କରିଦେଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ