ଦାରୁବ୍ରହ୍ମ ଟ୍ରଷ୍ଟ ପକ୍ଷରୁ ଜଳ ବିତରଣ
କେନ୍ଦ୍ରାପଡ଼ା, ୨୪ ଏପ୍ରିଲ୍(ହି.ସ.) – ଦାରୁବ୍ରହ୍ମ ଚାରିଟେବଲ ଟ୍ରଷ୍ଟ ଏବଂ ମୃର୍ତିକା ସରକ୍ଷଣ ବିଭାଗ ପକ୍ଷରୁ ପାନୀୟ ଜଳ ବିତରଣ। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପୁରୁଣା ଦୁହୁରିଆ ଠାରେ ଥିବା ମୂର୍ତିକା ସରକ୍ଷଣ ବିଭାଗ ଏବଂ ଦାରୁବ୍ରହ୍ମ ଚାରିଟେବଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ପ୍ରବଳ ଗ୍ରୀଷ୍ମ ତାପ
ଦାରୁବ୍ରହ୍ମ ଟ୍ରଷ୍ଟ ପକ୍ଷରୁ ଜଳ ବିତରଣ


କେନ୍ଦ୍ରାପଡ଼ା, ୨୪ ଏପ୍ରିଲ୍(ହି.ସ.) – ଦାରୁବ୍ରହ୍ମ ଚାରିଟେବଲ ଟ୍ରଷ୍ଟ ଏବଂ ମୃର୍ତିକା ସରକ୍ଷଣ ବିଭାଗ ପକ୍ଷରୁ ପାନୀୟ ଜଳ ବିତରଣ। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପୁରୁଣା ଦୁହୁରିଆ ଠାରେ ଥିବା ମୂର୍ତିକା ସରକ୍ଷଣ ବିଭାଗ ଏବଂ ଦାରୁବ୍ରହ୍ମ ଚାରିଟେବଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ପ୍ରବଳ ଗ୍ରୀଷ୍ମ ତାପକୁ ଆଖି ଆଗରେ ରଖି ଏକ ମେଗା ଜଳଛତ୍ର ଓ ପାନୀୟ ଜଳ ବିତରଣ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ୟ୍ୟକ୍ରମକୁ ଏଡି.ଏସ.ସି ନିର୍ମଳ କୁମାର ଜେନା କେନ୍ଦ୍ରାପଡ଼ା, ଏ.ଏ.ଇ ନିହାରିକା ସାହୁ, ଏସ.ସି. ଆର.ଓ. ଶ୍ରୀମନ୍ତ କେଶରୀ ସ୍ୱାଇଁ ଗରଦପୁର ପ୍ରମୁଖ ସମ୍ମାନୀୟ ଅତିଥିଭାବେ ଯୋଗଦେଇ ଫିତାକାଟି କାର୍ୟ୍ୟକ୍ରମକୁ ଶୁଭ ଉଦଘାଟନ କରିଥିବା ବେଳେ ଟ୍ରଷ୍ଟର ସଭାପତି ଅସିତ ଅଂଶୁମାନ ସାମଲ, ସମ୍ପାଦକ ଜ୍ଞାନ ପ୍ରକାଶ ଦାଶ, ଦିବ୍ୟରଞ୍ଜନ ପଣ୍ଡା, ତିରୁପତି ସାହାଣୀ, ସ୍ମୃତିରଞ୍ଜନ ଜେନା ପ୍ରମୁଖ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ରାସ୍ତାରେ ଶହ ଶହ ଗାଡି ମୋଟରେ ଯାତାୟାତ କରୁଥିବା ପଥଚାରିମାନଙ୍କୁ ବାଟରେ ଅଟକାଇ ଲେମ୍ଭୁ ଓ ଦହି ସର୍ବତ ପ୍ରଭୃତି ପାନୀୟ ଜଳ ବଂଟନ କରିଥିଲେ। ଏହି କାର୍ୟ୍ୟକ୍ରମ ସକାଳ ୧୦ ଘଟିକା ସମୟରୁ ଆରମ୍ଭ କରାଯାଇ ଅପରାହ୍ନ ୪ ଘଟିକା ସମୟରେ ସମାପ୍ତ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande