
ପାଣିକୋଇଲି, ୨୪ ଏପ୍ରିଲ୍(ହି.ସ.) – ପ୍ରଚଣ୍ଡ ରୌଦୟ ତାପକୁ ଗୁଳୁଗୁଳି । ଏହା ମଧ୍ୟରେ ଜଳକଷ୍ଟ । ପଳରେ ଜନଜୀବନ ଅସ୍ଥବ୍ୟସ୍ଥ ହୋଇପଡିଛି । ପାଣିକୋଇଲି ପଂଚାୟତ ୪ଟି ରାଜସ୍ୱ ଗ୍ରାମ ଓ ୧୨ଟି ୱାର୍ଡକୁ ନେଇ ଗଠିତ । ମେଗା ପାନୀୟ ଜଳ ଯୋଗାଣ ସାତ ସପନ ହୋଇଥିବା ବେଳେ ପୂର୍ବରୁ ଦୁଇଟି ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଜଳ ଯୋଗାଯାଉଥିଲା । ପାଇପ ଯାଇନଥିବାରୁ କେତେକ ୱାର୍ଡ ବା ରାଜସ୍ୱ ଗ୍ରାମରେ ଏହାର ସୁଯୋଗରୁ ବଂଚିତ ହୋଇଛନ୍ତି ଗ୍ରାମବାସୀ । ଅପରପକ୍ଷେ ଅନେକ ସ୍ଥାନରେ ପାଇପ ଭାଂଗି ଫାଟି ଯିବା ଯୋଗୁ ଜଳ ଯୋଗାଣ ହୋଇପାରୁ ନାହିଁ । ଭୂତଳ ଜଳସ୍ତର ହ୍ରାସ ପାଇବା ଯୋଗୁ ସାଧାରଣ ନଳକୂପରୁ ପାଣି ବାହରୁ ନାହିଁ । ଏନେଇ ପାଣିକୋଇଲି ସରପଂଚ ଶ୍ରୀମତୀ ପଦ୍ମାବତୀ ପଣ୍ଡା ମାନ୍ୟବର ବିଧାୟକ ଆକାଶ ଦାସନାୟକ ଓ କୋରେଇ ବିଡିଓଙ୍କୁ ଚିଠି ଲେଖି ଜଣାଇଛନ୍ତି । ତୁରନ୍ତ ଭଂଗା ପାଇପର ମରାମତି, ନୂତନ ନଳକୂପ ଖନନ ସହ ବର୍ତମାନ ଟ୍ୟାଙ୍କର ଯୋଗେ ପାଣିଯୋଗାଣ ପାଇଁ ଦାବି କରିଛନ୍ତି ।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି